ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ମାଲକାନଗିରି, ୬/୮ :  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଠାବ । ଜିଲ୍ଲାର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଆର୍ଲିଙ୍ଗପଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି । ଆର୍ଲିଙ୍ଗପଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ମାଟି ତଳେ ପୋତି ରଖିଥିବା ଖବର ପାଇ ପୁଲିସ ପକ୍ଷରୁ ଏକ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆର୍ଲିଙ୍ଗପଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଏକ ପ୍ରେସ ଇସ୍ତାହାରରେ ଶନିବାର ସୂଚନା ଦେଇଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଏସବିବିଏଲ ବନ୍ଧୁକ, ଗୋଟିଏ ଦେଶୀ ରାଇଫଲ, ୨ ଟି ଆଇଇଡି, ଗୋଟିଏ ମୋଟର ପମ୍ପ, ଗୋଟିଏ ମଲ୍ଟିମିଟର କୋଡ, ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ଗୋଟିଏ ବେଂଚ ଭାଇସ, ୧୫ ମିଟର ଇଲେକଟ୍ରିକ ତାର, ଗୋଟିଏ ଛତା, ଗୋଟିଏ ବେଡସିଟ, ଗୋଟିଏ ମାଓ ପୁସ୍ତିକା ସମେତ ମୋଟ ୩୩ ପ୍ରକାରର ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ୱାଧୱାନୀ ପ୍ରକାଶ କରିଛନ୍ତି । ଶହୀଦ ସପ୍ତାହ ପାଳନ ଅବସରରେ ଏହି ସମାଗ୍ରୀ ଦ୍ୱାରା ଅସ୍ତ୍ରଶସ୍ତ୍ର ନିର୍ମାଣ କରି ସାଧାରଣ ଜନତା ଓ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଲୁଚାଇ ରଖାଯାଇଥିବା ପୋଲିସ ସନ୍ଦେହ କରୁଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ୱାଧୱାନୀ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: