ମାଟି ମୁରୁମ ପକାଇ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ।

ନବରଙ୍ଗପୁର-୧୭.୦୩.୨୦୨୧(ଭୋଦେବ ଗୌଡ଼ ): ନବରଙ୍ଗପୁର ଜିଲ୍ଲା  ଝରିଗାଁ ବ୍ଲକ କାଦ ମଲ୍ଲି ଗ୍ରାମ ଶିବ ମନ୍ଦିର ରାସ୍ତା କୁ ଗ୍ରାମର ଯୁବକ ମାନେ ନିଜେ ରାସ୍ତା କରି ଏକ ମହତ କାର୍ଯ୍ୟ କରିଛନ୍ତି । ସୂଚନା ମୁତାବକ ଗାଁ ର ମୁଖ୍ୟ ରାସ୍ତା ରୁ ପ୍ରାୟ ୧୦୦ ମିଟର ଦୂରରେ ରହିଛି ଶିବ ମନ୍ଦିର । ଶିଵ ମନ୍ଦିର ଯିବାକୁ ହେଲେ ଖାଲ ଡିପ ପଥୁରିଆ ରାସ୍ତା ଦେଇ ଯାଇଥାନ୍ତି ଭକ୍ତ ତଥା ଗ୍ରାମବାସୀ । ରାସ୍ତା ରେ ଯିବା ବେଳେ ନାନା ଅସୁବିଧା ରେ ସମ୍ମୁଖୀନ ହୋଇଥାନ୍ତି ଜନସାଧାରଣ । ଆଗକୁ ଗ୍ରାମର ଶିବମନ୍ଦିର ରେ ସ୍ଥାନୀୟ ଶିବରାତ୍ରି ହେଉଥିବାରୁ ଜନସାଧାରଣ ଙ୍କ ସୁବିଧା ପାଇଁ ଆଜି କାଦମଲ୍ଲି ଶିବ ମନ୍ଦିର କମିଟି ପକ୍ଷରୁ ନିଜ ଖର୍ଚ୍ଚ ରେ ଟ୍ରାକ୍ଟର ଓ ଜେସିବି ଦ୍ୱାରା ମାଟି ମୁରୁମ ପଖାଇ ରାସ୍ତା ସମତୁଲ କରିଛନ୍ତି । ଶିଵ ମନ୍ଦିର କମିଟି ର ଯୁବକ ମାନେ କାହାଉପରେ ଭରସା ନକରି ନିଜ ରାସ୍ତା କୁ ନିଜେ ତିଆରି କରିଛନ୍ତି । ଯୁବକଙ୍କ ଏହିପରି ମହତ କାର୍ଯ୍ୟ କୁ ଭୁରି ଭୁରି ପ୍ରଂଶସା କରିଛନ୍ତି ଅଞ୍ଚଳ ବାସୀ । ତେବେ ଏହି ଶିବ ମନ୍ଦିର କମିଟି ରେ କାଦାମଲ୍ଲି ଗ୍ରାମ ସହିତ , ସାରିଆ ପଡା , କାଟର ଗଡ଼ିଆ ପଡା , ଭାଲୁ କନାଡୀ ଗ୍ରାମ ର ସମସ୍ତ ଯୁବକ ଯୋଗ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: