ଭୁବନେଶ୍ୱର ,,୧୪।୩: ମାଟ୍ରିକ ଡ୍ରପଆଉଟ ପିଲା ଦେବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା |ଗତ ୧୦ ତାରିଖଠାରୁ ସାରା ରାଜ୍ୟରେ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ର୍ୟାର ୩ ହଜାର ୨୧୮ଟି ସେଣ୍ଟରରେ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବର୍ଷ ୧୩ ହଜାର ୫୮ ଜଣ ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି । ଫର୍ମ ଫିଲପ କରିବା ପରେ ସେମାନେ ପରୀକ୍ଷା ଦେବାକୁ ଆସୁନାହାନ୍ତି। ପରୀକ୍ଷା ଦେଉନଥିବା ପିଲାଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।ରାଜ୍ୟରେ ପ୍ରଥମ ଥର ପାଇଁ ଡପ୍ ଆଉଟ୍ ପିଲାଙ୍କ ପାଇଁ ପରୀକ୍ଷା ଆୟୋଜନ କରାଯିବ । ପିଲାମାନେ କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ସେନେଇ ବ୍ୟବସ୍ଥା କରାଯିବ । ଗତ ୨୦୨୧-୨୨ରେ ରାଜ୍ୟର ୪୫ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇନଥିଲେ । ଚଳିତ ବର୍ଷ ଏହି ସଂଖ୍ୟା ହ୍ରାସ ପାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |