ଭୁବନେଶ୍ୱର୨୪/୫ : ୪୯୦ କିମି ଦୂରରେ ୟାସ୍ । ବାତ୍ୟାର ବେଗ ସାମାନ୍ୟ ବଢ଼ି ଘଣ୍ଟାପ୍ରତି ୫ରୁ ୭ କିମି ବେଗରେ ମାଡ଼ିଆସୁଛି। ଆଜି ଏହା ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ବେଳେ ଗତକାଲି ଅତି ଭୀଷଣ ରୂପ ନେବ ୟାଶ। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନର ସୂଚନା ଅନୁସାରେ, ବାତ୍ୟା ୟାଶ ପାରାଦୀପ ଓ ସାଗର ଦ୍ୱିପ ମଝିରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଳ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ସମୟରେ ପବନରେ ବେଗ ୧୫୦ରୁ ୧୮୫ ରହିବ। ଆଜି ଅପରାହ୍ନରେ ୪୦ରୁ ୫୦ କିମି ବେଗର ପବନ ହେବ। ୨୫ ତାରିଖରେ ମଧ୍ୟ ରାତ୍ରୀରୁ ପବନର ବେଗ ୮୦ ହୋଇପାରେ ବୋଲି ସୂଚନା ମିଳିଛି। ସେହିପରି ୨୫ ତାରିଖ ସକାଳେ ପବନର ବେଗ ବଢ଼ି ୧୨୦ରୁ ୧୩୦ ହେବ। ଉପକୂଳ ଛୁଇଁବା ବେଳକୁ ପବନର ବେଗ ସର୍ବାଧିକ ୧୫୫ରୁ ୧୮୬ ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା. ବାଲେଶ୍ୱର, ଭଦ୍ରକ ଏହି ୪ ଜିଲ୍ଲାରେ ୧୨୦ରୁ ୧୬୦ ବେଗରେ ପବନ ବହିବ। ସେହିପରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ପବନର ବେଗ ୯୦ରୁ ୧୨୦ ହେବାର ସମ୍ଭାବନା ଥିବା ବେଳେ ଗଞ୍ଜାମ ଓ ଗଜପତି ୬୦ରୁ ୮୦ କିମି ବେଗରେ ପବନ ବହିପାରେ। ଆସନ୍ତାକାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ହାଇଆଲର୍ଟରେ ଥିବା ୪ ଜିଲ୍ଲାରେ ୪ ମିଟର ଉଚ୍ଚର ସମୁଦ୍ର ଜୁଆର ଆସିପାରେ ବୋଲି ପାଣିପାଗ ବିଭାଗ କହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |