କଳାହାଣ୍ଡି/ନର୍ଲା,୨୩/୫(ସୁରେଶ ଚନ୍ଦ୍ର ସାହୁ):ଏ ଚିତ୍ର ସାମ୍ନାରେ ମୋର ପ୍ରତିଟି ଶବ୍ଦ ଆଜି ଫିକା l ଆମେ ବି ମଣିଷ ଆଉ ଇଏବି ମଣିଷ l କେବଳ ପାର୍ଥକ୍ଯ ଏତିକି ସେ ମାନସୀକ ସ୍ତରରେ ଦୁର୍ବଳ l ହେଲେ ଭୋକଟା ତ ସମସ୍ତଙ୍କ ପାଇଁ ସମାନ l ଏମିତି ଚିତ୍ର ଆଗରୁ ବୁହତ୍ ଦେଖିଛନ୍ତି ହେଲେ ପରିସ୍ଥିତି ଏବେ ବୁଝାଇ ଦେଉଛି ମଣିଷ ଜିବନଟା ସତରେ କ’ଣ l ସେ ମାନସୀକ ହେଲେ ବି ମଣିଷ l ଆଉ ଦେହରେ ରହିଛ ଜିବନ l ଜିଇଁ ବାକୁ ମାନସୀକ ଦୁର୍ବଲତା ଖୋଜି ଚାଳେ ପେଟ ପାଇଁ ଦାନା l ରାଜ୍ଯରେ ତାଲା ବନ୍ଦ ନଥିଲେ ହୁଏତ ହୋଟେଲ୍ ନିକଟ ରୁ ସଜ ଅଇଁଠା ମିଳି ଯାଇଥାନ୍ତା l ହେଲେ ନିଆଁ ଲଗା ଏଇ ପ୍ରାଣ ଘାତି ରୋଗ କରୋନା ପାଇଁ ହୋଟେଲ୍ ,ଢାବା, ଦୋକାନ ,ବଜାର୍ ସବୁ ବନ୍ଦ ପଡିଛି l ଆଉ ଏଠି ସେଠି ବୁଲି ବୁଲି ନୟାନ୍ତ ହୋଇ ଗଲେଣି ମାନସିକ ରୋଗୀ l ଏଭଳି ସ୍ଥିତିରେ କେଉଁଠି ଅଳିଆ ଗଦାରୁ ପୋକ ସାଲୁବାଲୁ ଖାଦ୍ଯ ଉଠାଉଛନ୍ତି ତ ଆଉ କେଉଛି ଗୋରୁ ତୋରାଣୀ ରୁ ଭାତ ଚିପୁଡି ଖାଇବାକୁ ବାଧ୍ଯ ହେଉଛନ୍ତି ମାନସୀକ ରୋଗୀ l ଆଜି ଯାଏ ଅନେକ ଚିତ୍ର ଆଉ ଚରିତ୍ର ଦେଖେଇଛୁ l ହେଲେ ଆଜିର ଏହି ଚିତ୍ର ମଣିଷ ର ଅସ୍ତିତ୍ବ କୁ ବଖାଣୀ ଦେଉଛି l ହୁଏତ ମାନସିକ ରୋଗୀଙ୍କ ଏମିତି ଅଇଁଠା ଅଣ୍ଡାଲି ଖାଇବା ଚିତ୍ରଟି ଅସନା ଲାଗିପାରେ l ହେଲେ ଭୋକିଲା ପେଟରେ ସେ ଆଉ କରିବ କ’ଣ l ତେବେ ଭୋକ ଚିହ୍ନେନି କାହାରୀ ଅଇଁଠା l ସେ ପଶୁ ହେଉ ଅବା ପକ୍ଷୀ l ଏମିତିବି ସେ ମାନସୀକ ହରାଇ ବସିଛନ୍ତି l ନାଁ ତାଙ୍କୁ ଦେଖିବାକୁ କାହା ପାଖରେ ସମୟ ଅଛି କି ନାଁ ତାଙ୍କ ଅବସ୍ଥା ବିଷୟରେ କେହି ପଚାରୁଛନ୍ତି l ଲାଗୁଛି ଏମାନଙ୍କ ପାଇଁ ଏହି ଅଇଁଠା ଟିକକ ହେଉଛି ତାଙ୍କ ଜିବନ ସହାୟତା ର ବ୍ଯବସ୍ଥା l ତେବେ ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ଜନ୍ମ ରୁ ମୃତ୍ଯୁ ପର୍ଯ୍ଯନ୍ତ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଏମିତି କି ବୃକ୍ଷ ଲତା ଏବଂ ପଶୁ ପକ୍ଷୀ ମାନଙ୍କ ପାଇଁ ସେବା ମଧ୍ଯ ଯୋଗାଉଛନ୍ତି ସରକାର l ହେଲେ ଏଇ ନିରିହ ନିଷ୍ପାପ ମାନସୀକ ରୋଗୀଙ୍କ ପାଇଁ କ’ଣ ଯୋଜନା କରିଛନ୍ତି ସରକାର l ଏପରିକି କାହା ପାଖରେ ଭାରତ ସରକାର ଙ୍କ ଭୋଟର ପରିଚୟ ପତ୍ର ଅଛି ତ କାହା ପାଖରେ ନାହିଁ l କରାନା ମହାମାରୀ ଯୋଗୁଁ ତାଲା ବନ୍ଧ ସମୟରେ ସାଧାରଣ ଲୋକଙ୍କୁ ଆହାର ଯୋଗାଉଛନ୍ତି ସରକାର l ହେଲେ ଏମାନଙ୍କୁ ନାଁ ମିଳୁଛି ଆହାର କି ନା ମିଲିଛି ସରକାରୀ ଯୋଜନାରେ ସହାୟତା l କିନ୍ତୁ ଜିବନ ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଛନ୍ତି ଏମାନେ l ତେବେ ବ୍ଲକ୍ ଓ ଜିଲ୍ଲା ସ୍ତରିୟରେ ମାନସୀକ ରୋଗୀଙ୍କୁ ଚିହ୍ନଟ କରିବାପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କୁ ଏତିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ କରୁଛନ୍ତି l ଅନ୍ଯପଟେ ବ୍ଲକ୍ ଓ ଜିଲ୍ଲା ପ୍ରସାସନ ଏଇ ମାନସୀକ ରୋଗୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରିବା ପାଇଁ ବୁଦ୍ଧିଜିବି ମହଳରେ ଦାବି ହେଉଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |