ମାଲକାନଗିରି, ୨୬/୫(ଶ୍ରୀନିବାସ ପଣ୍ଡା ):- ମାଲକାନଗିରି ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ଆଦିବାସୀ ଉନ୍ନୟନ ପରିଷଦ ଚେୟାର ପର୍ସନ ମାନସ କୁମାର ମାଡ଼କାମୀଙ୍କ ମାତୃବିୟୋଗ ୧୩/୫ ତାରିଖରେ ନିଜ ଗାଁ ଡଙ୍ଗସ ଖାଲ ଠାରେ ହେଇଯାଇଥିଲା। ନିପଟ ଆଦିବାସୀ କୋୟା ଜନଜାତିର ଜନ୍ମିତ ମହିଳା ଅତ୍ୟନ୍ତ ଉଛକାଂକ୍ଷୀ ପରୋପକାରୀ ହେଇଥିବାରୁ, ପୁତ୍ର ମାନସକୁ ଉଚ୍ଚ ଶିକ୍ଷିତ କରାଇବା ପରେ ମଧ୍ୟ ସମାଜସେବା କରିବାକୁ ସୁଯୋଗ ଦେବା କମ ବଡ଼ କଥା ନୁହଁ। ତାଙ୍କରି ପ୍ରେରଣା ଏବଂ ଆଶୀର୍ବାଦ ପାଇ ମାନସ ମାଡକାମୀ ସରପଞ୍ଚ ରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରି ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ହେଇପାରିଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପସନ୍ଦ ବ୍ୟକ୍ତି ଭାବରେ ମାଲକାନଗିରି ଆଦିବାସୀ ଉନ୍ନୟନ ପରିଷଦ ର ଚେୟାର ପର୍ସନ ହେଇ ପାରିଛନ୍ତି। ରାଜନୈତିକ ଜୀବନର ଘାତ ପ୍ରତିଘାତ କେବଳ ମାଙ୍କ ଆଶୀର୍ବାଦ ରୁ ସହଜ ହେଉଥିଲା। ଆଜି ମାଙ୍କର ଏକା ଦଶାହ କାର୍ଯ୍ୟ ସୁରୁଖୁରୁରେ ସମାପନ ହେଇଯାଇଛି। କରୋନା କଟକଣା ଦୃଷ୍ଟିରୁ ଇଛା ଥିଲେ ମଧ୍ୟ ନିହାତି କାମଚଳା ଭାବେ ହାତ ଗଣତି ଅଳ୍ପ କିଛି ଲୋକଙ୍କୁ ନେଇ କର୍ମ ସାରିବାକୁ ବାଧ୍ୟ ହେଇଛନ୍ତି ମାନସ। ମାଙ୍କ ଆତ୍ମାର ସଦ୍ଗତି ପାଇଁ ବସ୍ତ୍ରଦାନ ସହିତ ଭୁରି ଭୋଜନର ବ୍ୟବସ୍ଥା ଅତିଥୀଙ୍କ ପାଇଁ କରାଯାଇଥିଲା। କରୋନା କଟକଣାକୁ ଧ୍ୟାନରେ ରଖି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେଇଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |