ମାଲକାନଗିରିରେ ରାସ୍ତା ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ

ମାଲକାନଗିରି, ୧୪/୦୭ : ମାଲକାନଗିରିରେ  ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ। ଜିଲ୍ଲାରେ ଗତ ୩ ଦିନ ହେବ ଲାଗି ରହିଛି ବର୍ଷା । ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଗୋଦାବରୀ ନଦୀ ଫୁଲିବା ଯୋଗୁଁ ସିଲେରୁ ଓ ସାବେରି ନଦୀରୁ ଜଳ ନିଷ୍କାସନ ହୋଇପାରୁନାହିଁ ।ପ୍ରବଳ ବର୍ଷା ଯୋଗୁଁ ସିଲେରୁ, ସାବେରୀ, ପୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମୋଟୁ ସୀମାନ୍ତ ଠାରୁ ଦୁଇ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର କାଲେରୁ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଗତ ଚାରି ଦିନ ଧରି ପାଞ୍ଚ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରି ଜିଲ୍ଲାର ମୋଟୁ ଓ ଆନ୍ଧ୍ରପ୍ରଦେଶ ଚିନ୍ତୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ ମୋଟୁ ନିକଟରେ ରାସ୍ତା ଉପରେ ୫ ଫୁଟର ପାଣି ଚାଲୁଛି ।ଫଳରେ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ୩ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଏକ ଟିମ୍ ମୋଟୁର ତଳିଆ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାସ୍ତାରେ ଅଟକି ରହିଥିବା ଯାତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଥିବା ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: