ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି ୨୯।୦୩ :  ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ,ଦୁଇ ଡିଆର୍‌ଜି ଯବାନ ଆହତ |ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ଡିଆର୍‌ଜି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆହତଙ୍କ ଅବସ୍ଥାରେ ହେଲକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲା କୁରୁସନାଡ ଥାନା ଅନ୍ତର୍ଗତ ଧାରାବାହି ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ସୁରକ୍ଷା ଦେବା ଲାଗି ବାଇକରେ ଯାଉଥିଲେ ଯବାନ । ହେଲେ ଯବାନଙ୍କୁ ଆସିବା ଦେଖି ନକ୍ସଲମାନେ ପୂର୍ବରୁ ପ୍ଲାଣ୍ଟ କରିଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ଏଥିର ୨ଜଣ ଯବାନ ଆହତ ହୋଇଛନ୍ତି । ପରେ ସେମାନଙ୍କୁ ହେଲିକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଯୋରଦାର କୁମ୍ବିଂ ଅପରେସନ ଆରମ୍ଭ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: