ମାଲକାନଗିରି ,୧୮।୦୪: ମାଲକାନଗିରି ସୀମାନ୍ତରେ ମାଓ ହିଂସା । ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ୭ଟି ଟ୍ରାକ୍ଟର ନିଆଁ ଲଗାଇ ପୋଡିଦେଇଛନ୍ତି ଲାଲ୍ ବାହିନୀ |ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରୁଥିଲେ ମାଓବାଦୀ । ରବିବାର ରାତିରେ ଠିକା କମ୍ପାନୀର କ୍ୟାମ୍ପ ପହଞ୍ଚି ଏହି ସବୁ ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ଏହାପରେ ଘଟଣାସ୍ଥଳରୁ ମାଓବାଦୀମାନେ ଫେରାର ହୋଇଛନ୍ତି ।ଘଟଣାସଂପର୍କରେ ସୂଚନା ପାଇ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏହି ହିଂସାରେ ପ୍ରାୟ ୭ଟି ଟ୍ରାକ୍ଟର ଜଳିପୋଡି ପାଉଁଶ ହୋଇଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |