ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ କରୋନା ସଚେତନତା

ମାଲକାନଗିରି, ୧୦/୬(ଶ୍ରୀନିବାସ ପଣ୍ଡା/ଅଚ୍ୟୁତାନନ୍ଦ ଜେନା):- ମାଲକାନଗିରି ବ୍ଲକ ର ପାଣ୍ଡିରିପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରୁଡୁଗୁଡା ଓ ପୋଡାକଲୋନୀ ଗ୍ରାମରେ ଆଜି ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଦହନା ତାଙ୍ଗୁଲଙ୍କ ନେତୃତ୍ୱରେ ମାଲକାନଗିରି ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ,ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ପୁର୍ବତନ ସାଧାରଣ ସମ୍ପାଦକ ପ୍ରୀତପଲ ସିଂ , ଜିଲ୍ଲା ସମ୍ପାଦକ ଶଙ୍କର ଚନ୍ଦ୍ର ସାହା ,ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଓକିଲ ସଂଘ ସମ୍ପାଦକ ଲମ୍ବୋଦର ତୁରୁକୁ ,ପୁର୍ବତନ ବ୍ଳକ ସଭାପତି ସର୍ଵ କୁମର ବିଶୋଇ ,ପାଣ୍ଡିରିପାଣି ପାଞ୍ଚୟତ ସମିତି ସଭ୍ୟା ତଥା ମାଆ ଘର ଜିଲ୍ଲା ସଭାପତି ପ୍ରଶାନ୍ତିଲତା ବିଶୋଇ ପ୍ରମୁଖ ପହଞ୍ଚି

WhatsApp Image 2021 06 09 at 10.05.43 PM

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏବଂ ପୂର୍ବତ୍ତନ ମନ୍ତ୍ରୀ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶ କ୍ରମେ ଓ ମାନ୍ୟବର ପୁର୍ବତନ ମନ୍ତ୍ରୀ ତଥା ମାଲକାନଗିରି ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରାଙ୍କ ଆହ୍ୱାନ କ୍ରମେ ଆଜି ଦଳର ବରିଷ୍ଠ କର୍ମକର୍ତ୍ତା ଙ୍କୁ ନେଇ ଗ୍ରାମରେ କରୋନା ମହାମାରୀ ଭୟାଭହ ସମୟରେ ଲୋକମାନଙ୍କ ଜୀବନ ରକ୍ଷା କୁ ପ୍ରଧାନ୍ୟ ଦେଇ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାମାଜିକ ଦୁରତା ,ନିୟୋମିତ ସାବୁନରେ ହାତସଫା କରିବା ,ମାସ୍କ ପରିଧାନ କରିବା ଭଳି କାର୍ଯ୍ୟକ୍ରମ ଲୋକ ମାନଙ୍କୁ ସଚେତନତା ଉପରେ ବୁଝାଇ ଥିଲେ ଓ ଲୋକମାନଙ୍କୁ ମାକ୍ସ୍ ବଣ୍ଟନ ସହ ସାନିଟାଇଜ଼ର ,ସାବୁନ ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ,ଗ୍ରାମରେ ସରକାରୀ ଯୋଜନା ଲୋକ ମାନଙ୍କ ପାଖରେ ସୁଚାରୁ ରୂପେ ପହଁଚି ବା ଉପରେ ଗୁରୁତ୍ୱ ଦେଇ ଥିଲେ । ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କ୍ରମ କରାଯାଇଛି।

WhatsApp Image 2021 06 09 at 10.05.42 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: