ମାଲକାନଗିରି ଜିଲ୍ଲା ବିଜୁ ,ଯୁବ, ଛାତ୍ର କର୍ମକର୍ତ୍ତାଙ୍କ ସହ ପ୍ରଭାରୀ ଈଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ସାଙ୍ଗଠନିକ ଆଲୋଚନା।

ମାଲକାନଗିରି,୧୪/୬( ଶ୍ରୀନିବାସ ପଣ୍ଡା)  :- ମାଲକାନଗିରି ଜିଲ୍ଲାର ସଙ୍ଗଠନକୁ ତୃଣମୂଳ ସ୍ଥରରୁ ମଜଭୁତ କରିବା ପାଇଁ ବିଜୁ ଜନତା ଦଳର ନେତା ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ମାଲକାନଗିରି ସହ ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ପଡାଲ,ପୂର୍ବତନ ବିଧାୟକ (ପଟାଙ୍ଗି) ପ୍ରଫୁଲ୍ଲ ପାଙ୍ଗି ଓ ମାଲକାନଗିରି ଜିଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୁର୍ଣଚନ୍ଦ୍ର ବାକାଙ୍କ ନେତୃତ୍ୱରେ କୋଭିଡ଼ି ନିୟମ ଅନୁଯାୟୀ ଆଲୋଚନା ହୋଇଥିଲା। କୋରାପୁଟ ରେ କିପରି ଲୋକଙ୍କ ପାଖରେ ପହଞ୍ଚି ଦଳ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଫଳତା ବିଷୟରେ ବୁଝାଇବା ସହ ଦଳ ପ୍ରତି ଜନସାଧାରଣଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ସବୁ ଉପରେ କୋରାପୁଟ ବିଧାୟକ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥି ସହ ମାଲକାନଗିରି ରେ କିପରି ଦଳ ସଂଘଠନକୁ ମଜଭୁତ କରି ଆଗାମୀ ଦିନରେ ସନସାଧରଣ ଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବାରେ ସଫଳ ହେବେ, ତା ଉପରେ ଗୁରୁତ୍ବ ଦେବାକୁ ସହ ପଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ କହିଥିଲେ। ଏହି ଆଲୋଚନା ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର କାଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା,ଜିଲା ସଂଘଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଜିଲା ବିଜୁ ଯୁବ ସଭାପତି ଆଡମା ରାବା, ଜିଲା ବିଜୁ ଛାତ୍ର ସଭାପତି ତାପସ ନାୟକ, ଆଟାଲ ରାଜୁ,ଖାଇରପୁଟ ବ୍ଲକ ସଭାପତି ସାଧୁ ହନ୍ତାଳ,ଏନ ମହେଶ୍ୱର ରାଓ,କଣ୍ଟେସ୍ଵର ପଟଲା, ଯୁବ ନେତା ମହେଶ ବାକା ସୁଯ୍ୟନାରାୟନ ସିଂ ରେଡି,ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ପୂର୍ବରୁ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ମାଲକାନଗିରି ର ସମସ୍ତ କର୍ମକର୍ତା ଙ୍କୁ ରକ୍ତଦାନ ଶିବିର ଙ୍କୁ ଡାକିଥିଲେ।ରକ୍ତଦାନ ଶିବିର କୁ ସମସ୍ତେ ତାଙ୍କ ନିମ୍ନନ୍ତ୍ରଣ ରକ୍ଷାକରି ରକ୍ତଦାନ ଶିବିରକୁ ଯାଇଥିଲେ। ବୈପାରିଗୁଡା ଠାରେ କୋରାପୁଟ ଜିଲ୍ଲା ବିଜୁ ଯୁବ ଛାତ୍ର ତରଫରୁ ଆୟୋଜିତ ଭ୍ରାମ୍ୟମାନ ରକ୍ତଦାନ ଶିବିର ଉଦଘାଟନ ସମାରୋହରେ ହସ୍ତତନ୍ତ୍ର ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନ୍ନି ଦିଆନ ସମେତ ରାଜ୍ୟ ବିହନ ନିଗମ ଅଧକ୍ଷ ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ। ସେଠରେ ୨୮ ୟୁନିଟ ରକ୍ତ ସଗ୍ରହ କରାଯାଇଥିଲା।

WhatsApp Image 2021 06 14 at 8.41.49 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: