ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇ ଆଇ ସି ଭିଜିଲାନ୍ସ କବ୍ଜାରେ

ମାଲକାନଗିରି,୨୨/୯(ଶ୍ରୀନିବାସ ପଣ୍ଡା ) :- ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ଆଇ ଆଇ ସି ସୁଶାନ୍ତ ସାହୁ ଆଜି ରାଜ୍ୟ ଭିଜିଲାନ୍ସ ଜାଲରେ ପଡିଥିବା ଜଣା ପଡ଼ିଛି। ସୂତ୍ରରୁ ପ୍ରକାଶ ମୋଟୁ ଥାନା ଆଇ ଆଇ ସି ଶ୍ରୀ ସାହୁ ଆଜ ଅପରାହ୍ନରେ ଗୋଟିଏ ଓଡ଼ି ୦୫ ଏଏକ୍ସ ୫୬୨୯ ନମ୍ବର ବିଶିଷ୍ଟ ଏର୍ଟିଗା କାରରେ ଟଙ୍କା ନେଇ ଯାଉଥିବା ଖବର କୌଣସି ସୂତ୍ରରୁ ରାଜ୍ୟ ଭିଜିଲାନ୍ସ ବିଭାଗ ପାଖରେ ପହଞ୍ଚିଥିଲା। ଭିଜିଲାନ୍ସ ବିଭାଗ ତୁରନ୍ତ ପଦକ୍ଷେପ ସ୍ୱରୂପ ଖୋର୍ଦ୍ଧା ପାଖରେ ଗାଡିକୁ ଜବଦ କରି, ଗାଡିରୁ ଦୁଇ ଲକ୍ଷ ଅଶୀ ହଜାର ନଗଦ ଟଙ୍କା ଜବଦ କରିବା ପରେ ସାହୁଙ୍କ ଫୁଲନଖରା ବାସ ଭବନ ଏବଂ ମୋଟୁ କାର୍ଯ୍ୟାଳୟରେ ଖୋଳତାଡ଼ ଚଲେଇଥିବା ଜଣାପଡିଛି। ତଲାସୀ ଅଭିଯାନ ଚାଲୁ ରହିଥିବାରୁ ସଂପୂର୍ଣ୍ଣ ସମ୍ପତ୍ତିର ଆକଳନ ହେଇପାରିନାହିଁ।

WhatsApp Image 2021 09 22 at 9.33.25 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: