ମାଲକାନଗିରି ଜେଲ ସୁପରିଟେଣ୍ଡେଣ୍ଟ ମାନନ୍ତି ନାହିଁ କରୋନା କଟକଣା, ଅନ୍ତେବାସୀଙ୍କ କଥା ପଚାରେ କିଏ?

ମାଲକାନଗିରି, ୧୩/୬ (ଶ୍ରୀନିବାସ ପଣ୍ଡା): ମାଲକାନଗିରି ଜିଲ୍ଲା ସବ ଜେଲ ସୁପରିଟେଣ୍ଡେଣ୍ଟ, ଜେଲ ଭିତର ଗୁମର ଗଣମାଧ୍ୟମ ରେ ପ୍ରକାଶ ପାଇଲା ପରେ ସମ୍ପୂର୍ଣ ଭାବରେ ବିବ୍ରତ ହେଇ ପଡିଥିବା ପରିଲକ୍ଷିତ ହେଉଛି। ଜେଲ ଭଳି ସମ୍ବେଦନଶୀଳ ସ୍ଥାନକୁ ପରିଚାଳନା କରିବାକୁ ହେଲେ ଅନ୍ତଃତ ପକ୍ଷେ ନିଜର ଶୃଙ୍ଖଳା ଜ୍ଞାନ ରହିବା ଆବଶ୍ୟକ। କାରଣ ୭୫୦ କଏଦୀଙ୍କୁ ନିୟନ୍ତ୍ରଣ କରିବା ସହଜ କଥା ନୁହଁ। ଏବେ ଦେଖିବାକୁ ମିଳିଛି, ସୋୟଂ ସୁପରିଟେଣ୍ଡେଣ୍ଟ ମହାଶୟ ବିନା ମାସ୍କରେ ସହର ମଧ୍ୟରେ ବାଇକ ରେ ବୁଲୁଥିବା ସମୟରେ ଚେକିଂ ପାର୍ଟି ହାବୁଡ଼ରେ ପଡି ଜୋରିମାନା ଭରୁଛନ୍ତି। କରୋନା ମହାମାରୀ ଭୟରେ ସାଧାରଣ ଖଟିଖିଆ ମାସ୍କ ନହେଲେ, ଘରୁ ବାହାରକୁ ଯିବାକୁ ସଂକୋଚ ବୋଧ କରୁଛନ୍ତି। ଜଣେ ଜେଲ ସୁପରିଟେଣ୍ଡେଣ୍ଟ ବିନା ମାସ୍କରେ ଟାଉନରେ ବୁଲିବା ସମୀଚିନ କି? ଏଠାରେ ପ୍ରଶ୍ନ ଉଠୁଛି ଯଦି ସୁପରିଟେଣ୍ଡେଣ୍ଟ ନିଜେ ମାସ୍କ ଏବଂ ସାମାଜିକ ଦୂରତା ପରି ଛୋଟ ଛୋଟ କଥାକୁ ଗୁରୁତ୍ୱ ନ ଦିଅନ୍ତି ତାହେଲେ ୭୫୦ କଏଦୀଙ୍କୁ କରୋନା ସମୟରେ କିପରି ଭାବରେ ପରିଚାଳନା କରୁଥିବେ। କରୋନା ର ପ୍ରଥମ ଲହର ସମୟରେ ଜେଲ ମଧ୍ୟରେ ଅନେକ କଏଦୀ କରୋନା ସଂକ୍ରମିତ ହେଇଥିଲେ। କିନ୍ତୁ ସମସ୍ତ ପଜେଟିଭକୁ ଚାରି ନମ୍ବର୍ ୱାର୍ଡ ର ବୋଲି ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେତେ କଏଦୀ ମରିଛନ୍ତ ସେମାନେ ନିଶ୍ଚିତ ଭାବେ କରୋନା ସଂକ୍ରମିତ। କାରଣ ୩୧୪ କ୍ଷମତା ବିଶିଷ୍ଟ ଜେଲରେ ୭୫୦ ଜଣ କଏଦୀ ଥିବା ବେଳେ କରୋନା ସଂକ୍ରମିତ ଙ୍କୁ କ୍ୱାରାନଟାଇନ କରିବା ସମ୍ଭବ ନୁହଁ। ତେଣୁ ଯେତେ କଏଦୀ କରୋନା ସମୟରେ ମରିଛନ୍ତ, ସେମାନଙ୍କର ମୃତ୍ୟୁର ପ୍ରକୃତ କାରଣ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: