ମାଲକାନଗିରି ଡାକ ଘର ରେ ବନ୍ଦ ପଡିଛି ଇ ସେବା

ମାଲକାନଗିରି,୨୮/୧( ଶ୍ରୀନିବାସ ପଣ୍ଡା):ମାଲକାନଗିରି ସଦରମହକୁମା ମୂଖ୍ୟ ଡାକଘରର ସମସ୍ତ ଇ-ସେବା ଗତ ୧୬ ଦିନ ହେବ ଅର୍ଥାତ୍ ୧୨-୦୧-୨୦୨୧ ଠାରୁ ବନ୍ଦ ରହିଛି।  ଅର୍ଥ ଜମା, ଉଠାଣ, ଆର୍.ଡି ଜମା, ନେସ୍‌ନାଲ୍ ସେଭିଂ ସ୍କିମ୍ ରେ ଜମା, ଇ-ମନିଅର୍ଡର୍, ପୋଷ୍ଟାଲ୍ ଇନ୍ସୁରାନ୍ସ୍ ଜମା ପ୍ରଭୁତି ଇଣ୍ଟର୍ନେଟ୍ ଲିଙ୍କ୍ ବିନା ସମ୍ଭବ ନୁହଁଏସମସ୍ତ ଜମା ବର୍ତ୍ତମାନ ସମ୍ପୁର୍ଣ୍ଣ ବନ୍ଦ ରହିଛି ଏହାସହ ସମସ୍ତ ମ୍ୟାଚୁରିଟି ଉଠାଣ ମଧ୍ୟ ହେଇପାରୁନାହିଁ । ଏପରିକି ଜିଲ୍ଲା ମୂଖ୍ୟ ଡାକ ଘର ଉପରେ ନିର୍ଭର କରୁଥିବା ସମସ୍ତ ୧୩ଟି ଶାଖା ଡାକ ଘରର କାର୍ଯ୍ୟ ମଧ୍ୟ ବନ୍ଦ ହୋଇ ରହିଛି ଯେହେତୁ ଡାକ ସଂଗ୍ରହ କରିବା ନିମନ୍ତେ ଇଣ୍ଟର୍ନେଟ୍ ର ଆବଶ୍ୟକ ନଥାଏ , କେବଳ ଏହି ଗୋଟିଏ କାମ ହିଁ ଚାଲୁରହିଛି। ଡାକପାଳ ଶ୍ରୀ ଜିତେନ୍ଦ୍ର ସ୍ୱାଇଁ ଏ ସମସ୍ତ ଅବ୍ୟବସ୍ଥା ସମ୍ପର୍କରେ ପ୍ରତିଦିନ ଉଚ୍ଚକତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିପରି ଉପୁଜିଥିବା ଅବ୍ୟବସ୍ଥା କୁ ସୁଧାର ହୋଇ ପାରିବ ସେଥି ନିମନ୍ତେ ନିୟମିତ ସମ୍ପର୍କ ରଖିଥିବା ପ୍ରକାଶ କରିଛନ୍ତି। ପ୍ରତିଦିନ ଗ୍ରାହକ ମାନଙ୍କୁ ସନ୍ତୋଷ ସେବା ଯୋଗାଇ ନଦେଇ ପାରୁଥିବାରୁ ସେ ଓ ସମସ୍ତ କର୍ମଚାରୀ ଦୁଃଖ ପ୍ରକାଶ କରିଛନ୍ତି ଏଅବ୍ୟବସ୍ଥା ଓ ଗ୍ରାହକଙ୍କ ଅସୁବିଧା ବିଷୟରେ ଅଖିଳ ଭରତୀୟ ଗ୍ରାହକ ପଞ୍ଚାୟତର ଜିଲ୍ଲା ସଂଯୋଜକ ଶ୍ରୀ ରାମ କୃଷ୍ଣ ଚୌଧୂରୀ ଡାକ ବିଭାଗର ଜୟପୁର, ବ୍ରହ୍ମପୁର ଓ ଭୁବନେଶ୍ୱର କତ୍ତୃପକ୍ଷଙ୍କୁ ମଧ୍ୟ ଏହି ସମସ୍ତ ବିଷୟରେ ଅବଗତ କରିଥିବା ପ୍ରକାଶ କରିଛନ୍ତି ।

WhatsApp Image 2021 01 28 at 8.42.20 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: