ମାଲକାନଗିରି ପୋଲିସ ପୁରା ସଜାଗ

ଜଣେ ମଧ୍ୟ ଅମାନିଆ ଖସିଯିବା ଅସମ୍ଭବ।

ମାଲକାନଗିରି,୮/୬(ଅଚ୍ୟୁତାନନ୍ଦ ଜେନା/ଶ୍ରୀନିବାସ ପଣ୍ଡା): କରୋନା ର ଦ୍ୱିତୀୟ ଲହରୀ ଓଡିଶା ସରକାରଙ୍କ ନିଦ ହଜେଇଥିବା ବେଳେ, ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ସତର୍କତାର ସହିତ ମୁକାବିଲା କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ସେ ଦୃଷ୍ଟିରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପୁରାପୁରି ସଜାଗ।ସଚେତନ ରଥ ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ପଠେଇବା ସହ ଲକ ଡାଉନ ସଟ ଡାଉନ ଲଗେଇ ଅଯଥା ଭିଡ଼ ନିୟନ୍ତ୍ରଣ କରୁଛନ୍ତି। ଏଥିରେ ମାଲକାନଗିରି ପୋଲିସ ପଛରେ ପଡ଼ିନାହିଁ। ପ୍ରଶାସନ ସହ ତାଳ ମିଳେଇ କାର୍ଯ୍ୟ କରିଚାଲିଛି। ପୂର୍ବରୁ ଦେଖାଯାଉଥିଲା ପୋଲିସ କେବଳ ମାସ୍କ ଚେକିଂ ବିଭିନ୍ନ ସ୍ଥାନରେ କରୁଥିଲା। ସେଥିରେ ଅନେକାଂଶରେ ସଫଳ ହେବା ପରିଲକ୍ଷିତ ହେଉଥିଲା। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଅଯଥା ଗତାଗତ କରୁଥିବା ଅସାମାଜିକ ତତ୍ତ୍ୱ ମାନଙ୍କୁ ନିୟନ୍ତ୍ରଣ କରିବାକୁ ଆଜି କଠୋର ପଦକ୍ଷେପ ନେଇ ମାସ୍କ ସହିତ ହେଲମେଟ ଚେକିଂ କରୁଛି। ଫଳରେ ଜୋରିମାନା ଦେଉଥିବା ବ୍ୟକ୍ତିମାନେ ଅଯଥାରେ ବାଇକ ଧରି ସହର ପରିକ୍ରମା କରିବାକୁ ଆଉ ଇଛା ପ୍ରକାଶ କରୁନାହାନ୍ତି। ଆଜି ଡିଏନକେ ଟ୍ରାଫିକ ଛକରେ ମାଲକାନଗିରି ପୋଲିସ ପାଖାପାଖି ପଚାଶ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଥିବା ପ୍ରକାଶ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: