ମାଲକାନଗିରି ପୌର ପରିଷଦ ନିର୍ବାଚନ ସରଗରମ

ମାଲକାନଗିରି, ୨୩/୩ ( ଶ୍ରୀନିବାସ ପଣ୍ଡା ):– ମାଲକାନଗିରି ପୌର ପରିଷଦ ନିର୍ବାଚନ ସରଗରମ ମୋଡ଼ରେ। ଦୁଇ ମୁଖ୍ୟ ପତିଦ୍ୱନ୍ଦୀ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଭୋଟ ହାତେଇବାକୁ ସମସ୍ତ କଳ ବଳ କୌଶଳ ପ୍ରୟୋଗ କରିଚାଲିଛନ୍ତି। ଗତକାଲି ସନ୍ଧ୍ୟାରୁ ପ୍ରଚାର ବନ୍ଦ ହେବା ପରେ, ଚେୟାରମ୍ୟାନ ପ୍ରାର୍ଥୀମାନେ ଏବେ ସାଇ ସାଇ ଘର ଘର ବୁଲି ପ୍ରଚାର କରିବା ଦେଖାଯାଉଛି। ୱାର୍ଡ ସଭ୍ୟ ମାନଙ୍କ ସ୍ଥିତି ଅସ୍ପଷ୍ଟ। କାରଣ ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ସାଧାରଣ ଭୋଟର ଦଳୀୟ ମନୋବୃତି ନନେଇ ପ୍ରାର୍ଥୀର ବ୍ୟବହାର ଏବଂ ସ୍ୱଭାବକୁ ଗୁରୁତ୍ୱ ଦେବା ଜଣାଯାଉଛି। ଦଶ ନମ୍ବର ୱାର୍ଡ ବହୁ ବର୍ଷ ପରେ ସାଧାରଣ ବର୍ଗ ଙ୍କୁ ଲିର୍ବାଚନ ଲଢ଼ିବା ସୁଯୋଗ ମିଳିଥିବା ଦୃଷ୍ଟିରୁ ଏକମାତ୍ର ସାଧାରଣ ବର୍ଗ ପ୍ରାର୍ଥୀନୀ ଶ୍ରୀମତୀ ନିହାରିକା ଜେନା ଜିତିବା ଆଶା ନେଇ ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି। ଜାତୀୟ ଦଳ ବିଜେପିର ନିର୍ବାଚନ ପ୍ରଚାର ଶୈଳୀ ନୈରାଶ୍ୟଜନକ। ଜିଲ୍ଲାର ଦୁଇଟି ଦୁଇଟି ବିଧାନସଭା ସିଟରୁ ଗୋଟିଏ ଦଖଲରେ ଥିବା ସହିତ ପୂର୍ବ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିବା ସତ୍ୱେ ପୌର ପରିଷଦ ନିର୍ବାଚନରେ ସିଥିଲତା ସନ୍ଦେହ ସୃଷ୍ଟି କରୁଛି। ଯାହା ଫଳରେ ବିଜେପିର ସିଂହଭାଗ ଭୋଟ ମୁଖ୍ୟ ପ୍ରତିଦ୍ୱନ୍ଦୀ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ବାଣ୍ଟିହେବା ସମ୍ଭାବନା ଦେଖା ଦେଉଛି। ଏ ନିର୍ବାଚନରେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପଦ ଏହି ସବୁ ଦୃଷ୍ଟିରୁ ଆକଳନ କରିବା ଅସମ୍ଭବ ମନେହୁଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: