ମାଲକାନଗିରି(,ଶ୍ରୀନିବାସ ପଣ୍ଡା ) ୧୬।୬ :ଆଜି କୌଣସି ସୂତ୍ରରୁ ଖବର ପାଇ ମାଲକାନଗିରି ସଦର ରେଞ୍ଜର ବିପୁଳ ପରିମାଣର ମୂଲ୍ୟବାନ କାଠ ଜବଦ କରିଛନ୍ତି। ସୂତ୍ରରୁ ପ୍ରକାଶ ଏମ ଭି ଉଣେଇସି ଗ୍ରାମରେ ପ୍ରଚୁର ପରିମାଣରେ ମୂଲ୍ୟବାନ କାଠ ମହଜୁଦ ଥିବାର ଖବର ମାଲକାନଗିରି ରେଞ୍ଜ ଅଫିସର ଜଗନ୍ନାଥ ବିଶୋଇଙ୍କୁ ମିଳିଥିଲା। ଶ୍ରୀ ବିଶୋଇ କାଳ ବିଳମ୍ବ ନକରି ତୁରନ୍ତ ପଦକ୍ଷେପ ସ୍ୱରୂପ ମାଲକାନଗିରି ବନଖଣ୍ଡ ଅଧିକାରୀଙ୍କୁ ଜଣାଇ,ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ କ୍ରମେ ବଛା ବଛା ଫରେଷ୍ଟର ଏବଂ ବନରଖି ମାନଙ୍କୁ ନେଇ ଉକ୍ତ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର କାଠ ଜବଦ କରିଛନ୍ତି। ଜବଦ କାଠ ମଧ୍ୟରେ ସାଗୁଆନ, ପିଆଶାଳ ଏବଂ ଜାମୁକୋଳି ପରି ଦୁର୍ଲଭ କାଠ ଥିବା ଜଣାପଡିଛି। ଏସବୁ କାଠ ଅଭିଯୁକ୍ତ ବଳରାମ ହିଆଲଙ୍କ ଘରୁ ଜବଦ ହେଇଥିବା ପ୍ରକାଶ। ଜବଦ କାଠର ମୂଲ୍ୟ ଆନୁମାନିକ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଅନୁମାନ କରାଯାଏ। ଜଗନ୍ନାଥ ବିଶ୍ଵଇ ମାଲକାନଗିରି ରେଞ୍ଜ ଦାଇତ୍ୱ ନେବାପରେ ଲଗାତର ଭାବେ ଚଢ଼ାଉ କରିବା ଦ୍ୱାରା ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହିପରି ଭାବରେ ବନ ବିଭାଗ ସଜାଗ ରହିଲେ ମାଲକାନଗିରି ଜିଲ୍ଲାର ସବୁଜ ବନାନୀ ତାର ଅସ୍ତିତ୍ୱ ବଞ୍ଚାଇ ପାରିବ, ଏଥିରେ ସନ୍ଦେହ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |