ମାଲ୍‌ବାହୀ ଟ୍ରେନ୍‌ର ବଗୀ ଲାଇନ୍‌ଚ୍ୟୁତ, ୭ଟି ଟ୍ରେନ୍‍ ବାତିଲ

କୋରାପୁଟ, ୧୧/୦୩:ମାଲବାହୀ ଟ୍ରେନର   ୬ ଟି ବଗି ଲାଇନ ଚ୍ୟୁତ । ରାତି ପ୍ରାୟ ୩ଟା ବେଳେ କୋରାପୁଟ ଷ୍ଟେସନଠାରୁ ୨୫ କିମି ଦୁ୍ରରେ ଘଟିଛି ଏହି ଘଟଣା । କିରଣ୍ଡୁଲରୁ ଲୁହା ପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଭେଜା ନିକଟରେ  ଲାଇନଚ୍ୟୁତ ହୋଇଛି । ଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି । କୋରାପୁଟ ନନ୍ଦପୁର ନିକଟ ଭେଜା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । କିରନ୍ଦୁଲରୁ ବିଶାଖାପାଟଣା ଯାଉଥିବା ଏକ ମାଲବାହୀ ଟ୍ରେନ୍‍ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ଖବର ମୁତାବକ ଟ୍ରେନଟି ଲୁହାପଥର ଭର୍ତ୍ତିକରି ବିଶାଖାପାଟଣା ଯାଉଥିଲା । ଭୋର ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ଟ୍ରେନଟିର ୬ ବଗି ସମ୍ପୂର୍ଣ୍ଣ ଭାବେ ତଳକୁ ଖସିପଡ଼ିଛି । କୋରାପୁଟ ଷ୍ଟେସନ ଠାରୁ ପ୍ରାୟ ୨୫ କିମି ଦୂରରେ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ଫଳରେ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।କୋରାପୁଟ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳକୁ ଯାଇଛନ୍ତି । ବିଶାଖାପାଟଣା କୋରାପୁଟ- କିରଣ୍ଡୁଲ ଓ କିରଣ୍ଡୁଲ-କୋରାପୁଟ-ବିଶାଖାପାଟଣା  ଏକ୍ସପ୍ରେସ  ଟ୍ରେନ ଚଳାଚଳ ବାତିଲ କରାଯାଇଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: