ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ

କଟକ,୫/୬:କଟକ ଜିଲା ଅର୍ନ୍ତଗତ ମାହାଙ୍ଗାର ଗାନ୍ଧିବାଦୀ ନେତା, ବିହନ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ଚିକିତ୍ସାଧୀନ ଅବସ୍ତାରେ ଗତକାଲି ବିଳମ୍ବିତ ରାତିରେ ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ମାହାଙ୍ଗା ଅଞ୍ଚଳ ପାଇଁ ବଡ ଦୁଃଖଦ ଖବର। ତାଙ୍କର ଶାନ୍ତ ସରଳ ଭଦ୍ର ଆମାୟିକ ଗୁଣ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା। ରାଜନୀତିରେ ରହି ସଚ୍ଚୋଟ ନିଷ୍ଠାପର ଓ ଆଦର୍ଶ ପ୍ରତିଷ୍ଠା କରିବାରେ ସେ ଥିଲେ ଉଦାହରଣ। ବିହନ ନିଗମ ଅଧ୍ୟକ୍ଷ ହେଉ ବା କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରୂପେ ଦାୟିତ୍ଵ ନେଇ ସେ ବେଶ୍ ସଫଳ ହୋଇଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅନ୍ତରଙ୍ଗ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ଭାଜନ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!