ମା ଜୟଦୂର୍ଗା ଗାଇଡ୍ ଛାତ୍ରୀମାନଙ୍କ ଦ୍ୱାରା କରୋନା ସଚେତନତା ଓ ସ୍ୱଛତା କାର୍ଯ୍ୟକ୍ରମ

ରାଜନଗର,୧୬/୩(ପ୍ରିୟବ୍ରତ ଓଝା): ରାଜନଗର ବ୍ଲକ ଡାଙ୍ଗମାଳସ୍ଥିତ ସରକାରୀ ନାଗାନାରାୟଣ ଉଚ୍ଚ ବିଦ୍ୟାଳୟର ମା ଜୟଦୂର୍ଗା ଗାଇଡ୍ କମ୍ପାନୀ ତରଫରୁ ଛାତ୍ରୀମାନଙ୍କ ଦ୍ୱାରା କରୋନା ସଚେତନତା ଓ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସର ଓ ଆରାଧ୍ୟା ଦେବୀ ମା ଜୟଦୂର୍ଗାଙ୍କ ମନ୍ଦିର ପରିସରକୁ ସଫେଇ କରିଥିଲେ । ଗାଇଡ୍ କ୍ୟାପ୍ଟେନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଚୁଲିଙ୍କ ତଚ୍ଛ୍ୱାବଧନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ମାନସରଂଜନ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ । ପରିଚାଳନା କମିଟ୍ ସଭାପତି ସମୀର ପ୍ରକାଶ ବେହେରା ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରୀମାନେ ମନ୍ଦିର ପରିସର ଓ ସ୍ଥାନୀୟ ଗ୍ରାମ ମାନଙ୍କରେ ମାସ୍କ ଓ ସାନିଟାଇଜର ବାଂଟିବା ସହ କରୋନା ସଂପର୍କରେ ସଚେତନ କରି ସଫେଇ କରିଥିଲେ । ସହକାରୀ ଶିକ୍ଷକ ଅମରପ୍ରସାଦ ମଲ୍ଲିକ, ସ୍କାଉଟ୍ ମାଷ୍ଟର ବାବୁଲ ବେହେରା, ଲଛମନ ମାରାଣ୍ଡି, କନକଲତା ଦାସ, ଏଭି କସ୍ତୁରୀ ସେଠୀ, ଓମପ୍ରକାଶ ବାରିକ, ଦିଲ୍ଲୀପ ଦାସ, ସବ୍ୟସାଚୀ ଦାସ, ଅଶୋକ ଦାସ, ଶୂଭକାନ୍ତ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳରେ ଆଦୃତ ଲାଭ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: