ମା ବନଦୁର୍ଗାଙ୍କ ଝାମୀ ଯାତ୍ରା ଅନୁଷ୍ଠିତ

 ମୁନିଗୁଡା,1/2/21(ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ମା ବନଦୁର୍ଗାଙ୍କ ଝାମୀ ଯାତ୍ରା ଓ ପୁଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତି କରି ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିରର ମୁଖ୍ୟ ପୂଜକ ବେଜୁଣି ବେଶ ଧାରଣ କରି ମା ବନଦୁର୍ଗାଙ୍କୁ ଶରଣ କରି ମା ଙ୍କ ପରମ୍ପରା ଖଣ୍ଡା ଧରି ଝାମୀ ଯାତ୍ରା ମଣ୍ଡପ,କଣ୍ଟା ଦୋଳି ଶୁଦ୍ଧି କରିବା ପରେ ପୂଜକ କଣ୍ଟା ଦୋଳିରେ ବସି ଝୁଲିବା ସହ ଭକ୍ତ ମାନଙ୍କ ଗୁହାରି ଓ ଦୁଃଖ ଶୁଣି ତାହାର ସମାଧାନର ପରାମର୍ଶ ଦେବାସହ ବିଭିନ୍ନ ପୂଜା କରିବାକୁ ଉପଦେଶ ଦେଇ ଆଶୀର୍ବାଦ କରିଥିଲେ l ପରେ ବିଭିନ୍ନ ସମ୍ପ୍ରଦାୟର ଭକ୍ତ ମାନେ ପାରା ଉଡାଇବା ସହ ନିଜ ନିଜର ମାନସିକ ଅନୁଯାୟୀ ଭୋଗ ଆକାରରେ କୁକୁଡ଼ା, ଛେଳି ଆଦି ମା ଙ୍କୁ ସମର୍ପଣ କରିଥିଲେ l ସମସ୍ତ ରୀତିନୀତି ପୂଜା ପରେ ପୂଜକ ବେଜୁଣି ବେଶ ଧାରଣ କରି ମା ଙ୍କ ପାଖରେ ପୂଜା ପାଉଥିବା ପାରମ୍ପରିକ ଖଣ୍ଡା ଧରି ନିଆଁ ଲାଗିଥିବା ମଣ୍ଡପରେ ଚାଲିଥିଲେ l ପରେ ଲୋକ ମାନେ ମଧ୍ୟ ମା ଙ୍କ ଆଦେଶ ପାଇ ସେହି ନିଆଁରେ ଦୌଡ଼ି ଥିଲେ l ଏହାଦ୍ୱାରା ଲୋକଙ୍କ ବିଭିନ୍ନ ମାନସିକ ପୂରଣ ହେବାସହ ଲୋକେ କୌଣସି ରୋଗ ବିଧିରେ ପଡିବେ ନାହିଁ ବୋଲି ଲୋକଙ୍କ ଏକ ବିଶ୍ୱାସ ରହିଛି l ଶେଷରେ ପୂଜକ ମା ଙ୍କ ଖଣ୍ଡା ଧରି ସାହି ଓ ଗ୍ରାମ ପରିକ୍ରମା କରି ଭକ୍ତ ମାନଙ୍କ ଘର ଘରକୁ ଯାଇ ପଣା ଭୋଗ ସେବନ କରି ଆଶୀର୍ବାଦ ଦେଇଥାନ୍ତି l ଏହି ଝାମୀ ଯାତ୍ରା ପ୍ରତେକ ବର୍ଷ ଚଇତ୍ର ମାସରେ ଅନୁଷ୍ଠିତ ହୋଇଥାଏ l ଏହି ଝାମୀ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ମାନେ ଆସିଥାନ୍ତି l ଉକ୍ତ ଝାମୀ ଯାତ୍ରାକୁ କମିଟିର ସଭାପତି ବୁଡୁ ନାଗ, ମନ୍ଦିର କମିଟିର ସଭାପତି ଭିବିଷଣ ପଲକିଆ,ସମ୍ପାଦକ ମହେଶ୍ୱର ନାୟକ, ଉପଦେଷ୍ଟା ଭାଗିରଥି ନାଗ, କିଶୋର ପଲକିଆ, ନିରଞ୍ଜନ କାଡ୍ରାକା,ନରେନ୍ଦ୍ର କାଡ୍ରାକା,ଟିଟୁ ଅଗ୍ରୱାଲ ଓ ଏମଡ଼ି ଆୟୁବଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: