ମା’ ସମଲେଇଙ୍କ ନିକଟରେ ଆଜି ନବାନ୍ନ ଲାଗି

ସମ୍ବଲପୁର,୧୧/୯ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଗାଁ ଠାରୁ ନେଇ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ଆଜି ନବାନ୍ନ ଲାଗି କରାଯିବ। କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପାଳନ କରାଯାଉଛି ନୂଆଁଖାଇ। ଆଜି ଘରେ ଘରେ ସମସ୍ତେ ନୂଆ ଖାଇବେ ଓ ନୂଆ ବସ୍ତ୍ର ପରିଧାନ କରିବେ। କୋଭିଡ ନିୟମରେ ଭକ୍ତ ମା’ଙ୍କୁ ଦର୍ଶନ କରିବେ। ଭକ୍ତଙ୍କ ଭିଡକୁ ନଜରରେ ରଖି ମା’ଙ୍କର ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟି ପକ୍ଷରୁ ବଦଳାଯାଇଛି। ଦିନ ସାଢେ ୧୨ଟାରୁ ସନ୍ଧ୍ୟା ୫ଟା ୩୦ ଯାଏଁ ମନ୍ଦିର ଖୋଲା ରହିବ। ଘରେ ଘରେ ବନ୍ଧୁବାନ୍ଧବଙ୍କ ସହ ସଭଏଁ ନୂଆଁଖାଇ ପାଳନ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: