ବ୍ରହ୍ମପୁର-୨୭/୭(ମନୋଜ କୁମାର ପାତ୍ର):ଆଜି ଶିବାନନ୍ଦ ନଗର ସ୍ଥିତ ମା ସରସ୍ଵତୀ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜନ ଉଚ୍ଛବ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଗୋୖରୀଶଙ୍କର ପାତ୍ରଙ୍କ ସଂଯୋଜନା ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓ ସଭାପତି ରୂପେ ପରିଚାଳନା ସମିତିର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ କେଦାର ଚରଣ ପଣ୍ଡା ଓ ଯଜ୍ଞ ନାରାୟଣ ପାଠୀ ଯୋଗ ଦେଇଥିବା ବେଳେ ବିଦ୍ୟା ମନ୍ଦିର ର ଆଚାର୍ଯ୍ୟା ବିଷ୍ଣୁ ପ୍ରିୟା ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ବନ୍ଦନା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟା ମନ୍ଦିର ର ବହୁ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |