ନବରଙ୍ଗପୁର(ମିହିର ଶଙ୍କର ପାତ୍ର, ), ୧୯/୧୧ :-ମିଳିତ ପ୍ରାଥମିକ ଶିକ୍ଷକ ସଂଘର ନୂତନପେନସନ ଯୋଜନାଭୁକ୍ତ କରିବା ପାଇଁ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର ପ୍ରଦାନ କଲେ।ଏଥିରେ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ନିୟମିତ ଶିକ୍ଷକ ମାନଙ୍କୁ ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ନେଇ ତଥା ଶିକ୍ଷକ ମାନଙ୍କ ଦାବି ହେଉଛି ଯେ ଠିକା ନିଯୁକ୍ତି ବନ୍ଦ ସହ ୬ ବର୍ଷ ଠିକା ସମୟକୁ ଚାକିରିରେ ଗଣନା କରିବା, କେନ୍ଦ୍ରୀୟ ହାରାରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଚଳନ ଦାବୀରେ ଆଜି ୧୯ ତାରିଖରେ ବ୍ଲକ ସ୍ତରୀୟ ରାଲି କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଲେ | ଯଦି ୭ ଦିନ ମଧ୍ୟରେ ଦାବୀ ପୂରଣ ନହେଉଛି ରାଜ୍ୟ ସ୍ତର ରାଲିରେ ଶିକ୍ଷକ ମାନେ ଯୋଗ ଦେବାକୁ ନିସ୍ପତି ନେଲେ ।ଆଜି ଏହି ରାଲିରେ ସଭାପତି ସୁକୁମାର ପଣ୍ଡା, ସମ୍ପାଦକ ଗଣେଶ ପ୍ରସାଦ ରାଣା, ବିକାଶ ରଞ୍ଜନ ନିଶଙ୍କ, ନରେଶ ପଟ୍ଟନାୟକ, ଏ. ଚନ୍ଦ୍ର ମୌଳି, ସର୍ବେଶ୍ଵର ପତି, ସପନ ଖୁରା, ଘନଶ୍ୟାମ ଗଣ୍ଡ, ଦେବେନ୍ଦ୍ର ନାୟକ, ବଳରାମ ହରିଜନ, ସୁରେଶ ଚନ୍ଦ୍ର ବେହେରା, ପ୍ରେମଦାସ ପନକା, ବିଶ୍ଵ ରଞ୍ଜନ ପଣ୍ଡା, ପରମେଶ୍ଵର ରାଜପୁତ, ଦେବୀପ୍ରସାଦ ପଟ୍ଟନାୟକ ଙ୍କ ସମେତ ୧୫୦ ରୁ ଶିକ୍ଷକ ମାନେ ଯୋଗ ଦେଇଥିଲେ |ରିପୋଟ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |