ମହାକାଳପଡା ୩୦/୫ :ହଜିଗଲା ମାନବିକାତା ,ବୁଡିଗଲା ମଣିଷ ପଣିଅ, ଅସହାୟ ମଣିଷକୁ ସହାୟତା ଦେବା ପରିବର୍ତେ ସରକାରୀ ବାବୁ ମାନଙ୍କର ଦାୟିତ୍ୱରେ ଅବହେଳା ପାଇଁ ଜଣେ ଆସନ୍ନା ପ୍ରସବ ମହିଳା କିଭଳି ଦାରୁଣ ଯନ୍ତ୍ରଣାରେ ଛଟପଟ ହୋଇ ପାରେ ଯାହାର ନିଛକ ବାସ୍ତବ ତଥ୍ୟ ଖରନାସୀ ଗ୍ରାମରେ ଦେଖିବାକୁ ମିଳିଛି । ୧୦୮,୧୦୨, ୧୦୪ ,କାହାପାଇଁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଉପାନ୍ତ ଅଂଚଳର ମହିଳା ଙ୍କୁ ମିଳି ପାରିଲାନି ଆମ୍ବୁଲାନ୍ସ ସେବା ଶେଷରେ ସବୁ ଆଶା ଭରଷା ତୁଟାଇ ଗ୍ୃହ ମଧ୍ୟରେ ପିଲା ଜନ୍ମ ନେଲା । ଯେତେବେଳେ ଶିଶୁ ଓ ମାତୃ ମ୍ୃତ୍ୟୁହାର କମାଇବା ପାଇଁ ସରକାର ଡାକ୍ତରଖାନାରେ ପ୍ରସବ ପାଇଁ ପ୍ରେତ୍ସାହନ ରାଷି ଉଭୟ ଆଶା ଓ ଗର୍ଭବତି ମହିଳା ଙ୍କୁ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି ସେତେବେଳେ ସରକାର ବ୍ୟବସ୍ଥାର ତ୍ୃଟି ପାଇଁ କିଭଳି କଲବଲ ହେଲେ ମହିଳା ଜଣଙ୍କ ଶେଷରେ ନ୍ୟାୟ ପାଇଁ ମହିଳାଙ୍କ ସ୍ୱାମି ମହାକାଳପଡା ବି ଡି ଓ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣି ,ଶେଷରେ ରାଜ୍ୟ ମାନବିକ ଅଧିକାର କମିଶନର କୁ ଲିଖିତ ଆକାର ରେ ଅଭିଯୋଗ କରିଛନ୍ତି । ସରକାରି ଯୋଜନାର ବାସ୍ତବ ରୂପ ରେଖ ନେଇ ପ୍ରଶ୍ନ ଉଠିଛି । ଏ ପରିକି ସମ୍ପୃକ୍ତ ଗର୍ଭବତୀ ମହିଳା ଙ୍କୁ କରୋନା କଟକଣାରେ ବାଡ ପକାଇ ଦେଇ ପ୍ରଶାସନ ଚୁପ ହୋଇ ବସି ଯାଇଛି । ନା ବର୍ତମାନ ସୁଧା ପ୍ରସ୍ୃତି ମହିଳା ଙ୍କ ଚିକତ୍ସା କରାଯାଇଛି ନା ନବଜାତ ଶିଷୁର ସ୍ୱାସ୍ଥ୍ୟ ପରିକ୍ଷା କରିବାକୁ କେହି ଆସିଛନ୍ତି । ଘଟଣାରୁ ପ୍ରକାଶ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଖରନାସୀ ଗ୍ରାମର ମଳୟ ରାୟ ଙ୍କ ସ୍ତ୍ରୀ ଛଦନ୍ନାମ ଜହ୍ନ ଗର୍ଭବତୀ ଥିବାର ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ରେ ରାମନଗର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ଡାକ୍ତର ଙ୍କ ପରାମର୍ଶ ଅନୁଯାୟି ରେ ମହାକାଳପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡି ପରିକ୍ଷା କରାଯାଇଥିଲା । ଗଭବର୍ତି ମହିଳା ଙ୍କ କରୋନା ରିର୍ପୋଟ ପଜେଟିଭି ବାହାରିଛି ବୋଲି ଆଶା ଦିଦି ଆସି ଘେର କହିଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରି ମାନେ ଘରେ ଆସି ହେମ କୋରନଟାଇନି ରେ ରହିବାର ନିୟମ ବୁଝାଇ ମାସ୍କ ସାଇଟାଇଜର ଅନ୍ୟାନ ସାମଗ୍ରି ଦେଇ ଯାଇଥିଲେ । ୧୩,୫ ୨୦୨୧ ଗର୍ଭକଷ୍ଟ ପାଇ ସରକାରୀ ଆମ୍ବୁଲାନ୍ସ ସେବା ପାଇ ଟେଲିଫେନ କରି ବିଫଳ ହେବା ପରେ ଶେଷରେ ଘରେ ଜହ୍ନ କନ୍ୟା ସନ୍ତାନ ଜନ୍ମ ଦେଇଥିଲା । ଏହାପରେ କରୋନା କଟକଣା ପାଇଁ ଉଭୟ ନବଜାତ ଶିଷୁ ଓ ମା କୌଣସି ପ୍ରକାର ର ଚିକିତ୍ସା ପାଇଁ ପାରି ନାହଁନ୍ତି ଏପରିକି ବାତ୍ୟା ସମୟରେ ମଧ୍ୟ ଉଭୟ ମା ଓ ନବଜାତ ଶିଶୁ କୁ ନିରପଦ ସ୍ଥାନକୁ ପ୍ରଶାସନ ନେଇନଥିଲା ବୋଲି ମହିଳା ଙ୍କ ସ୍ୱାମି ମଳୟ ରାୟ ଅଭିଯୋଗ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |