ମିଶନ ଶକ୍ତି ମେଳାରେ ବାଚସ୍ପତିଙ୍କ ଦ୍ଵାରା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨.୫୬କୋଟି ଟଙ୍କା ପ୍ରଦାନ

ବ୍ରହ୍ମପୁର-୨୨/୦୯(ମନୋଜ କୁମାର ପାତ୍ର):ଓଡିଶାର ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର କୁକୁଡାଖଣ୍ଡି ବ୍ଲକ ପରିସରରେ ବୁଧବାର ଦିନ ସମନ୍ଵୟ ମେଳା ଜରିଆରେ ବ୍ଲକର ସମସ୍ତ ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିବା ସହିତ ଜାତୀୟ ପରିବାର କଲ୍ୟାଣ ଯୋଜନା ଦ୍ଵାରା ମଧୁବାବୁ ପେନସନ ପ୍ରଦାନ ଏବଂ କୋଭିଡ ଯୋଦ୍ଧାଙ୍କୁ ସରକାରୀ ସହାୟତା ପ୍ରଦାନ କରିଥିଲେ।ରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନ ଶକ୍ତି ଦ୍ୱାରା ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରି ସରକାରୀ ପ୍ରୋଛାହନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ ପ୍ରଦାନ କରି ଦେଶ ପାଇଁ ଆଦର୍ଶ ରାଜ୍ୟ ଭାବେ ପରିଚିତ ସୃଷ୍ଟି କରିପାରିଛି।ମହିଳା ମାନଙ୍କ ଉନ୍ନତି ପାଇଁ ମିଶନ ଶକ୍ତି ଆନୁକୂଲ୍ୟରେ କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ବିଡିଓ ଗଦାଧର ପାତ୍ରଙ୍କ ସଭାପତିତ୍ୱରେ ବୁଧବାର ସକାଳ ସାଢ଼େ ୧୦ ଘଣ୍ଟା ସମୟରେ ଆୟୋଜିତ ମିଶନ ଶକ୍ତି ମେଳା କାର୍ଯ୍ୟକ୍ରମରେ ୧୨୪ ଟି ସ୍ୱୟଂ ସହାୟକା ଗୋଷ୍ଠୀଙ୍କୁ ୨କୋଟି ୫୫ ଲକ୍ଷ ୯୮ ହଜାର ଟଙ୍କା ପ୍ରଦାନ କରାଯାଇଛି। କୁକୁଡ଼ାଖଣ୍ଡି ବ୍ଲକ ସିଡିପିଓ କୁସୁମ କୁମାରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଋଣ ପ୍ରଦାନ ମେଳାରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ସମାଜ ସେବୀ ଜତୀନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ରଘୁପ୍ରସାଦ ପାତ୍ର,ଜିଲ୍ଲା ପରିଷଦ ସଭ୍ୟା ନିରୂପାମ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆଙ୍କୁଶପୁର ଷ୍ଟେଟ ବ୍ୟାଙ୍କ, ବ୍ରହ୍ମପୁର କୋପରେଟିଭ ବ୍ୟାଙ୍କ, ହେଚଡିଏଫସି ବ୍ୟାଙ୍କ, ଵୋରୋଦା ବ୍ୟାଙ୍କ ମାଧ୍ୟମରେ ଏହି ଋଣ ପ୍ରଦାନ କରାଯାଇଛି।ବାଚସ୍ପତିଙ୍କ ଗସ୍ତ ସମୟରେ ସରପଞ୍ଚ ସଙ୍ଘ ସଭାପତି ସାରଥୀ ପ୍ରସାଦ ଗୌଡ଼,ନିରଞ୍ଜନ ମହାନ୍ତି, ଅଦଲ ଚେନେୟା, ଉମା ଶଙ୍କର ସାମଲ,ସଞ୍ଜୟ ସାହୁ, ବିଷ୍ଣୁପ୍ରିୟା ପାତ୍ର,ଟି. ମିନତୀ ପାତ୍ର,ସୀତାରାମ ସାହୁ,ବରିଷ୍ଠ ବିଜେଡ଼ି ନେତା ରବୀନ୍ଦ୍ର ମହାରଣା,ଏଲ୍.ପୁରୁଷୋତ୍ତମ ପାତ୍ର, ନିରଞ୍ଜନ ରେଡି, କୈଳାଶ ରଣା,କେ. ତ୍ରିନାଥ ପାତ୍ର(ବାବୁଲା),ନରସିଂହ ସାହୁ, ବି.ରବୀନ୍ଦ୍ର ପାତ୍ର,ବ୍ଲକ ଯୁବ ସଭାପତି ସଞ୍ଜୟ କୁମାର ସାହୁ,ଯୁବ ଉପସଭାପତି ଗୋପାଳ କୃଷ୍ଣ ସାହୁ,ବ୍ଲକ ଛାତ୍ର ସଂଘ ସଭାପତି ରାଧାମୋହନ ସେଠି,ରାମକୃଷ୍ଣ ପାଢ଼ୀ, ବଶିଷ୍ଠ ଜେନା,ମାଣିକେଶ୍ୱରି ପଟ୍ଟନାୟକ, ସୁଦେଷ୍ଟା ପଟ୍ଟନାୟକ, କ୍ରାନ୍ତି କୁମାରୀ ଦେବୀ, ପ୍ରମିଳା ଜେନାଙ୍କ ସମେତ ଅନ୍ୟ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: