ମୁଁ ଏକା ନୁହଁ, ମୋ ସହିତ ….

ବ୍ରହ୍ମପୁର,୧୩/୯(ମନୋଜ ପାତ୍ର):ରାଜ୍ୟର ସର୍ବବୃହତ୍ କଳାକାର ସଂଗଠନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ “ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲାର ଜନୈକ ସୁନାମଧନ୍ୟ ବର୍ଷୀୟାନ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଉଦୟ ନାଥ ମହାରଣାଙ୍କୁ ସୌଜନ୍ୟ ସାକ୍ଷାତ୍ କରାଯାଇଥିଲା । ସେ ଦୀର୍ଘ ଦିନ ଧରି ହୃଦ୍ ରୋଗ ଜନିତ ଅସ୍ତ୍ରୋପଚାର ପରେ ତାହାଙ୍କ ଟାଟା କଲୋନୀ ବଦପୁର ଗ୍ରାମସ୍ଥ ସ୍ୱ ବାସ ଭବନ ଠାରେ ଶଯ୍ୟାଶାୟୀ ରହିଛନ୍ତି । ସଂପ୍ରତି ସେ ସୁସ୍ଥ ହୋଇ ଆସୁଥିବା ପରିଦୃଷ୍ଟ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ନାତ୍ୟଗୌରବ ଡାକ୍ତର ତିରୁପତି ସାହୁ, ସଙ୍ଗୀତଜ୍ଞ ରମେଶ ଚନ୍ଦ୍ର ସ୍ୱାଇଁ, ଲୋକନାଟ୍ୟ ନିର୍ଦ୍ଦେଶକ ବନଜ କୁମାର ସାହୁ ପ୍ରମୁଖ ଶ୍ରୀ ମହାରଣାଙ୍କୁ ସାକ୍ଷାତ୍ କରି ସଂଘ ତରଫରୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାୟତା ଯୋଗାଇ ଦେଇଥିଲେ । କୌଣସି କଳାକାର ଏକୁଟିଆ କି ଅସହାୟ ନୁହନ୍ତି, ସଭିଙ୍କ ସୁଖଦୁଃଖରେ ସଂଘ ଉପସ୍ଥିତ ରହି ଯଥାସମ୍ଭବ ସେବା ଯୋଗାଇ ଦେବା ସହ ମନରେ ଆତ୍ମପ୍ରତ୍ୟୟ ଭରି ଦେବା ଏହି କାର୍ଯ୍ୟକ୍ରମରେ ମୂଳ ଉଦ୍ଦେଶ୍ୟ । ସଂଘର ଏଭଳି ପ୍ରୟାସ ନିମନ୍ତେ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!