ଭୁବନେଶ୍ୱର,୧୨।୧: ହକି ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଛି। ହକି ବିଶ୍ୱକପ୍ କଭରେଜ୍ ପାଇଁ ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନ୍ରେ ପଡ଼ି ଗଭୀର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତି ୯ଟା ସମୟରେ ଡୁମୁଡୁମା ଅଞ୍ଚଳ ଏକ ସ୍ଥାନରେ ଡ୍ରେନ୍ ମୁକୁଳା ଥିବାରୁ ଜଣେ ବିଦେଶୀ ସାମ୍ବାଦିକ ଜଣକ ସେଠାରେ ଗଳି ପଡିଥିଲେ । କୁହାଯାଉଛି ଡ୍ରେନ୍ରେ ପଡି ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି । ରାଜ୍ୟରେ ବିଶ୍ୱ ସ୍ତରୀୟ ହକି ବିଶ୍ୱକପ ଚାଲିଥିବା ସମୟରେ ଏହା ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗର ପାରିବା ପଣିଆକୁ ପଦାରେ ପକାଇଛି। ସ୍ଥାନୀୟ ଲୋକଙ୍କ ହିବା ମୁତାବକ ସମ୍ପୃକ୍ତ ଅଞ୍ଚଳରେ ପୁର୍ବରୁ ଡ୍ରେନ୍ ମୁକୁଳା ରହିଥିଲା । ଯେଉଁଠାରେ ଆଗରୁ ଗାଈ ଏବଂ ଶଣ୍ଢ ମଧ୍ୟ ଗଳିପଡି ଆହତ ହୋଇଥିବା ଲୋକେ କହିଛନ୍ତି। ଏବଂ ବିଏମ୍ସି ତୁରନ୍ତ ଏଗି ଦିଗ ପ୍ରତି ଧ୍ୟାନ ଦେଇ ଡ୍ରେନ୍କୁ ଘୋଡାଇବା ଏବଂ ଏହାର ପ୍ରତିକାର କରିବା ପାଇଁ ଲୋକେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମଧ୍ୟ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନରେ ଏବେ ମଧ୍ୟ ଡ୍ରେନ୍ ମୁକୁଳା ପଡିଥିବା ନଜର ଆସୁଛି। ଯଦି ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆ ନଯାଏ ତେବେ ଗତକାଲି ପରି ଆହୁରି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |