ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ ଘର ଉପରେ ଆକ୍ରମଣ

ନୂଆଦିଲ୍ଲୀ,୩୦।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ ଘର ଉପରେ ଆକ୍ରମଣ। ହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କର ବାସଭବନରେ ଲାଗିଥିବା ସିସିଟିଭି କ୍ୟାମେରା ଓ ସୁରକ୍ଷା ପାଇଁ ରହିଥିବା ବାରିକେଡ୍ ଭାଙ୍ଗିଯାଇଛି । ଏଥିସହିତ ଗେଟ୍ ଆଗରେ ଲାଗିଥିବା ବୁଗ୍ ବ୍ୟାରିୟରକୁ ମଧ୍ୟ ନଷ୍ଟ କରିଦିଆଯାଇଛି ।ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍ କରି କହିଛନ୍ତି, କିଛି ଅସାମାଜିକ ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘର ଉପରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଓ ସିକ୍ୟୁରିଟି ବାରିୟର ଭାଙ୍ଗି ଦେଇଛନ୍ତି। ଏହାଛଡା ଗେଟ୍‌ ଉପରେ ଲାଗିଥିବା ବୁମ୍ ବ୍ୟାରିୟରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।ସିସୋଦିଆ ଅଭିଯୋଗ କରିଛନ୍ତି ଯେ, ବିଜେପିର ଗୁଣ୍ଡାମାନେ କେଜ୍ରିଓ୍ବାଲଙ୍କ ଘର ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି। କେବଳ ସେତିକି ନୁହେଁ ବିଜେପିର ପୋଲିସ ତାଙ୍କୁ ରୋକିବା ବଦଳରେ ଘର ଗେଟ୍ ପର୍ଯ୍ୟନ୍ତ ନେଇକି ଆସିଥିଲା।’ପୋଲିସର ସୂଚନା ଅନୁସାରେ, ବିଜେପିର ଯୁବମୋର୍ଚ୍ଚାର ପ୍ରାୟ ୧୫୦-୨୦୦ କର୍ମୀ ସକାଳ ୧୧ଟା ୩୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଏହି ପ୍ରଦର୍ଶନ କେଜ୍ରିଓ୍ବାଲଙ୍କ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ବିଧାନସଭାରେ ଦିଆଯାଇଥିବା ବୟାନ ବିରୋଧରେ ଥିଲା। ପ୍ରାୟ ୧ଟା ବେଳେ କିଛି ପ୍ରଦର୍ଶନକାରୀ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାର ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲେ। ସେମାନେ ଗେଟ୍‌ ଉପରକୁ ପେଣ୍ଟ ଫୋପାଡିବା ସହ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ପୋଲିସ  ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ୭୦ ଜଣଙ୍କୁ ଗିରଫ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: