ପାଟନା ୨୭/ ୦୩: ବିହାର ବକ୍ତିଆରପୁରରେ ଏକ ସଭାମଞ୍ଚରେ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଛି। ତେବେ ମୁଥ ଉହୁଞ୍ଚାଇଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ କାବୁ କରିନେଇଛନ୍ତି। ଫଳରେ ଯୁବକଙ୍କ ମୁଥମାଡ଼ରୁ ମୁଖ୍ୟମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ସୁରକ୍ଷା ଦାୟିତ୍ବରେ ଥିବା କର୍ମୀମାନେ ତୁରନ୍ତ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ଜଣାପଡିଛି । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଞ୍ଚ ଉପରେ ଚଢି ପୁଷ୍ପମାଲ୍ୟ ଅର୍ପଣ କରୁଥିବା ବେଳେ, ଯୁବକ ଜଣଙ୍କ ଷ୍ଟେଜ୍ ଉପରକୁ ଚଢିଯାଇଥିଲା । ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ ସୁଦ୍ଧା ମଞ୍ଚ ଉପରକୁ ଚଢିଯାଇଥିଲା ଯୁବକ । ସିଏମ୍ ନୀତିଶଙ୍କୁ ଗୋଟିଏ ମୁଥ ମଧ୍ୟ ମାରିଥିଲା । ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |