ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ପାଟାନା,୯।୮:  ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ । ଇସ୍ତଫା ପରେ ନୀତିଶ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଆଜି ଆମ ଦଳର ବରିଷ୍ଠ ନେତାମାନଙ୍କ ବୈଠକ ବସିଥିଲା । ସେହି ବୈଠକରେ ବିଧାୟକ, ସାଂସଦମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତେ ଏନ୍‌ଡିଏ ଛାଡ଼ି ଦେବାକୁ କହିଲେ । ସମସ୍ତେ ଏନ୍‌ଡିଏ ଛାଡ଼ିବାକୁ କହିବାରୁ ମୁଁ ଇସ୍ତଫା ଦେଲି ।’ ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ଆଉ ମେଣ୍ଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ଏବେ ନୂଆ ରୂପରେ ନୂଆ ମେଣ୍ଟ ଗଠନ ହେବ ବୋଲି ଜେଡିୟୁ ନେତା ଉପେନ୍ଦ୍ର କୁଶୱା ସୂଚନା ଦେଇଛନ୍ତି । ଏହାସହ ନୂଆ ମେଣ୍ଟକୁ ନେତୃତ୍ୱ ଦେବା ନେଇ ନୀତିଶ କୁମାରଙ୍କୁ କୁଶୱା ବଧାଇ ଜଣାଇଛନ୍ତି । ନୀତିଶ ଆଗକୁ ବଢନ୍ତୁ, ଦେଶ ଆପଣଙ୍କୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି । ବିଜେପି ହାତ ଛାଡ଼ି ପୁଣି ଆର୍‌ଜେଡିକୁ ନୀତିଶ ସାଥି କରିଛନ୍ତି । ଆର୍‌ଜେଡି, କଂଗ୍ରେସ ଓ ବାମଦଳକୁ ନେଇ ସରକାର ଗଢ଼ିବାକୁ ନୀତିଶ ସଜବାଜ ହେଉଛନ୍ତି ।ନୂଆ ସରକାର ଗଢ଼ିବା ନେଇ ଅପରାହ୍ଣ ୪ଟାରେ ରାଜ୍ୟପାଳଙ୍କୁ ନୀତିଶ କୁମାର ଭେଟିବେ ବୋଲି ସୂଚନା ମିଳିଛି । ଏନେଇ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଆଜି ସକାଳେ ଜେଡିୟୁ ବିଧାୟକଙ୍କ ସହ ନୀତିଶ ବୈଠକ କରିଥିଲେ ।ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରାଜ୍ୟରେ ନୀତୀଶ କୁମାରଙ୍କୁ ସମର୍ଥନ ଦେବାର ସମ୍ଭାବନା ରହିଛି । ଦଳର ମୁଖ୍ୟ ତେଜସ୍ବୀ ଯାଦବ କହିଛନ୍ତି ଯେ ତାଙ୍କ ଦଳର ୧୬୦ ବିଧାୟକ ଅଛନ୍ତି । ଦଳ ନୀତୀଶଙ୍କୁ ସମର୍ଥନ କରିବ ଓ ବିଭାଗ ବଣ୍ଟନ ନେଇ କୌଣସି ବିବାଦ ନାହିଁ । ବିଜେପି ଯଦି ବିହାର ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରେ ତେବେ ତାହାକୁ ଦୃଢ ଜବାବ ଦିଆଯିବ । ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ନୀତୀଶ ମୁଖ୍ୟମନ୍ତ୍ରୀ ରହିବେ ଓ ତେଜସ୍ବୀ ଉପମୁଖ୍ୟନ୍ତ୍ରୀ ତଥା ଗୃହମନ୍ତ୍ରୀ ହେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: