ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ୱର,୨୬।୧ :ଆଜି ସାରା ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଶୁଭ ଦିନରେ, ଆସନ୍ତୁ ଦେଶ ପାଇଁ ସ୍ବାଧୀନତା ସଂଗ୍ରାମୀଙ୍କ ନିଃସ୍ବାର୍ଥପର ବଳିଦାନକୁ ମନେ ପକାଇବା ଏବଂ ସମ୍ବିଧାନରେ ଦର୍ଶାଯାଇଥିବା ଆଦର୍ଶକୁ ପାଳନ କରିବାକୁ ପ୍ରତିଜ୍ଞା କରିବା। ଆଜି ମଧ୍ୟ ସାରା ରାଜ୍ୟରେ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ଶୁଭେଚ୍ଛ ଜଣାଇ କହିଛନ୍ତି, ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ ସରସତୀଙ୍କ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ବିଦ୍ୟା ପ୍ରଦାୟିନୀ ମା’ ସରସତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ହେବା ସହ ସୁଖ ଓ ଆନନ୍ଦମୟ ହେଉ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: