ମୁନିଗୁଡାରେ ଟ୍ରାଫିକ ସମସ୍ୟା ବଢ଼ୁ ଥିବାରୁ ନୋଏଣ୍ଟ୍ରି ଜୋନ ଘୋଷଣା

ମୁନିଗୁଡା,୭/୩(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁନିଗୁଡା ପୋଲିସ ତରଫରୁ ନୋଏଣ୍ଟ୍ରି ଜୋନ ଘୋଷଣା କରାଯାଇଛି l ଏହି ରାସ୍ତା ଅନ୍ଦ୍ରାପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର ରାୟପୁରକୁ ସଂଯୋଗ କରୁଥିବାରୁ ଦୀର୍ଘ ବର୍ଷ ଧରି ମୁନିଗୁଡାରେ ଭାରୀଯାନ ସଂଖ୍ୟା ବଢ଼ିବାରେ ଲାଗିରହିଛି l ଏଥିସହ ମୁନିଗୁଡା ଏକ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ହୋଇଥିବାରୁ ମୁନିଗୁଡାର ଆଖପାଖ ଅଞ୍ଚଳ ତଥା ପଡୋଶୀ କଳାହାଣ୍ଡି ଓ କନ୍ଧମାଳରୁ ବ୍ୟବସାୟୀ ମାନେ ଆସି ବିଭିନ୍ନ ଜିନିଷପତ୍ର କିଣିବାକୁ ଆସିଥାନ୍ତି କିନ୍ତୁ ଦିନ ତମାମ ଭାରୀଯାନ ଗୁଡିକ ଲମ୍ବା ଲାଇନ ଲାଗିଥିବା ହେତୁ ବ୍ୟବସାୟୀ ମାନେ ଜିନିଷ କିଣିବାକୁ ବଜାର ଭିତରକୁ ଆସିବାକୁ ମଣୁନଥିଲେ l ଏଥିସହ ସ୍କୁଲ, କଲେଜକୁ ଛାତ୍ରଛାତ୍ରୀ ମାନେ ଯିବା ଆସିବ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକ ଯୋଗୁଁ ଠିକ ସମୟରେ ରୋଗୀ ସେବା ଯୋଗାଇ ପାରୁ ନଥିଲା l ଅନ୍ୟପଟେ ଏହି ଟ୍ରାଫିକ ସମସ୍ୟାକୁ ଦୁଇ ଗୁଣିତ କରୁଛି ତିନି ସହୀଦ ଲକ୍ଷ୍ମଣ ନାୟକ ଛକ ନିକଟରେ ଥିବା ରେଳ ଫାଟକ ଏହି ରେଳ ଫାଟକ ଦିନକୁ 40 ରୁ 50 ଥର ପଡୁଛି ଯାହା ଫଳରେ ଭାରୀଯାନ ଗୁଡିକ ଘଣ୍ଟା ଘଣ୍ଟା ଧରି ମୁଖ୍ୟ ରାସ୍ତାରେ ଅଟକି ରହୁଛି ଯାହା ଫଳରେ ଏହାର ପ୍ରଭାବ ସିଧା ସଳଖ ବ୍ୟବସାୟ ଉପରେ ପଡୁଛି l ଦୀର୍ଘ ଦିନ ଧରି ମୁନିଗୁଡା ବିକାଶ ପରିଷଦ, ଯୁବ ବିକାଶ ପରିଷଦ, ପ୍ରେସକ୍ଳବ ସହ ବିଭିନ୍ନ ବ୍ୟବସାୟୀ ସଙ୍ଘ ଏବଂ ରାଜନୈତିକ ବ୍ୟକ୍ତି ମାନଙ୍କ ତରଫରୁ ରେଳ ଫାଟକ ନିକଟରେ ଛୋଟ ଗାଡି ମାନଙ୍କ ପାଇଁ ଅଣ୍ଡର ଗ୍ରାଉଣ୍ଡ ରୋଡ଼ ଏବଂ ଭାରୀଯାନ ମାନଙ୍କ ପାଇଁ ବାଇପାସ ରୋଡ଼ ସହ ଏହି ଟ୍ରାଫିକ ସମସ୍ୟା ହେତୁ କିଛିଟା ଆଶ୍ୱସ୍ଥି ପାଇଁ ନୋଏଣ୍ଟ୍ରି ଜୋନ ଘୋଷଣା କରିବା ପାଇଁ ଦାବି ହୋଇ ଆସୁଥିଲା l ଏଥିସହ ଏହି ଟ୍ରାଫିକ ସମସ୍ୟାକୁ ନେଇ ବହୁଥର ବିଭିନ୍ନ ଖବର କାଗଜରେ ମଧ୍ୟ ପ୍ରକାଶିତ ହେଉ ଆସୁଥିଲା ବର୍ତମାନ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ମିଳିତ ଉଦ୍ୟମରେ ସକାଳ 8 ଟା ଠାରୁ ପୂର୍ବାହ୍ନ 12 ପର୍ଯ୍ୟନ୍ତ ଏବଂ ଅପରାହ୍ନ 4 ଟା ଠାରୁ ରାତ୍ର 8 ପର୍ଯ୍ୟନ୍ତ ନୋଏଣ୍ଟ୍ରି ଜୋନ ଘୋଷଣା କରାଯାଇ ଭାରୀଯାନ ଗୁଡିକୁ ରଖାଯାଉଛି l ମୁନିଗୁଡା ଥାନାରେ କର୍ମଚାରୀ ଅଭାବ ସତ୍ୱେ ଏସଡ଼ିପିଓ ଶ୍ରୀ ସାହୁ ଓ ଥାନା ଅଧିକାରୀ ଶ୍ରୀମତୀ ସାହୁଙ୍କ ଏପରି ପଦକ୍ଷେପ ନେଇ ନୋଏଣ୍ଟ୍ରି ସମୟ ଘୋଷଣା କରିଥିବାରୁ ଏହି ଦୁଇ ଅଧିକାରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ଜନସାଧାରଣ ସାଧୁବାଦ ଜଣାଉଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: