ମୁନିଗୁଡାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ପାଳିତ

ମୁନିଗୁଡା,୫/୩ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମୁନିଗୁଡା ବିଜେଡି ବ୍ଲକ ସଭାପତି ରତନଲାଲ ଜୈନ ଓ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ମିଳିତ ନେତୃତ୍ୱରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରଥମେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରିବାସହ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ପରେ ଜିଲ୍ଲା ସମ୍ପାଦକ ଶ୍ରୀ ଗୌଡ଼ ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିବାସହ ଓଡିଶା ପ୍ରତି ତାଙ୍କର ସମର୍ପଣକୁ ମନେପକାଇ ଥିଲେ l ଶେଷରେ ଦଳୀୟ ନେତା ଓ କର୍ମୀ ମାନେ ମୁନିଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ସ୍ବେଛାସେବୀ ଅନୁଷ୍ଠାନ ନିୟୁହୋପରେ ରହୁଥିବା ଦିବ୍ୟାଙ୍ଗ ପିଲା ମାନଙ୍କୁ ଫଳ, ମିଷ୍ଟାନ ଓ ବିସ୍କୁଟ ବଣ୍ଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁନିଗୁଡା ବିଜେଡି ସଂଗଠକ ବୃନ୍ଦାବନ ପାଢ଼ୀ,ଚକ୍ରପାଣି ମାର୍ଥା,ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ ଅଶ୍ୱିନୀ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶକୁନ୍ତଳା ନୁନ୍ଦ୍ରୁକା,ସମିତି ସଭ୍ୟା ଲାବଣ୍ୟ ପାଣିଗ୍ରାହୀ,ଯୁବ ବିଜେଡି ବ୍ଲକ ସଭାପତି ସୀମାଞ୍ଚଳ ଦାଶ,ପିଙ୍କୁ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀ ମାନେ ବିଜୁ ବାବୁଙ୍କୁ ଭାରତରତ୍ନରେ ସମ୍ମାନିତ କରିବାକୁ ଦାବି କରିଥିଲେ l ସେହିପରି ବ୍ଲକ କମ୍ୟୁନିଟି ହଲ ପରିସରରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି l କନିଷ୍ଟଯନ୍ତ୍ରୀ ବି.ବି. କିସାନ ଓ ଜିଆରଏସ ପ୍ରଶାନ୍ତ ସାହୁଙ୍କ ମିଳିତ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷ ଶ୍ରୀଧର କୋରଡ଼ା, ତହସିଲଦାର ଦେବାଶିଷ ଗୌଡ଼, ଉପାଧ୍ୟାକ୍ଷା ଶର୍ମିଷ୍ଠା ସାମନ୍ତ, ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ପ୍ରଧାନ, ପଞ୍ଚାୟତ ସମ୍ପ୍ରସାରଣୀ ଅଧିକାରୀ ନାରାୟଣ ବେହେରା, ପିଏ ବି. ଖାଜା ରାଓ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ପରେ ବିଜୁ ବାବୁଙ୍କ ଜୀବନୀ ଓ ଏହି ପଞ୍ଚାୟତରାଜ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କନିଷ୍ଟ ଯନ୍ତ୍ରୀ ରାମଚନ୍ଦ୍ର ସୁତାର, ଅଶୋକ ପାତ୍ର, ଗୌରୀଶ୍ୟାମ ନାୟକ, ପିଇଓ ପ୍ରଭାକର ନାଲା,ବିଏସଏସଓ ରଞ୍ଜିତା ବେହେରା, ଏପିଓ ବିନୟ ପାଣି ପ୍ରମୁଖଙ୍କ ସମେତ ସମସ୍ତ ପିଇଓ, ଜିଆରଏସ, ସରପଞ୍ଚ,ସମିତି ସଭ୍ୟ ସଭ୍ୟା ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

WhatsApp Image 2021 03 05 at 2.35.06 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: