ମୁନିଗୁଡାରେ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ

ମୁନିଗୁଡା:-୩୦/୧ (ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଗଙ୍ଗା ଯମୁନା କ୍ଳବ ତରଫରୁ ରାଇମତି ମେମୋରିଆଲ ଦ୍ୱିତୀୟ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଉକ୍ତ ବେଡ଼ମିଣ୍ଟନ ଟୁର୍ନାମେଣ୍ଟକୁ ମୁଖ୍ୟ ଅତିଥିଭାବେ ତହସିଲ କାର୍ଯ୍ୟାଳୟର ସିନିୟର ଆସିଷ୍ଟାଣ୍ଟ କରିସ୍ମା ମହାରଣା ଯୋଗ ଦେଇ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ନନ୍ଦ କିଶୋର ପଟ୍ଟନାୟକ ଓ ଧନୁ କୁସୁଲିଆ ପ୍ରମୁଖ ଉପସ୍ଥିତ ଥିଲେ l ଉଦଘାଟନି ଡବଲ୍ସ ମ୍ୟାଚରେ ମୁନିଗୁଡାର ଗୋପିନାଥ-ରମେଶ ମିଞ୍ଜ ଓ ବିଷମକଟକର ରୋହନ-ଆକାଶ ମଧ୍ୟରେ ଖେଳା ଯାଇଥିଲା l ଉକ୍ତ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ 29 ତାରିଖରୁ ଆରମ୍ବ ହୋଇ ଆସନ୍ତା 3 ତାରିଖରେ ଉଦଯାପିତ ହେବ ବୋଲି ଜଣା ପଡିଥିବା ବେଳେ ଏଥିରେ 28 ଟିମ ଭାଗ ନେଇଛନ୍ତି l ଉକ୍ତ ଟୁର୍ନାମେଣ୍ଟକୁ ଗଙ୍ଗା ଯମୁନା କ୍ଳବର ସଦସ୍ୟ ଯୁଧିଷ୍ଠିର, ରାଜେନ୍ଦ୍ର, ଇମି, ଶେଖ ସାଦୁଲା, ନିରଞ୍ଜନ କାଡ୍ରାକା, ଶେଖ ସାହିଦ,ବାବୁ ଉର୍ଲାକା,ରବିନ୍ଦ୍ର ଭୋଇ, ସୁଶିଲ ତାଣ୍ଡି, ମାଣିକରାଓ ସାରକା, ତେଜେଶ୍ୱର ଉଟା ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରୁଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: