ମୁନିଗୁଡାରେ ମଶାଙ୍କ ଆତଙ୍କ, ମେଲେରିଆ ବଢିବା ଆଶଙ୍କା

ମୁନିଗୁଡା,୨୭/୭ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବର୍ତମାନ ମଶାଙ୍କ ଆତଙ୍କ ଦେଖିବାକୁ ମିଳୁଛି ଯାହା ଫଳରେ ମେଲେରିଆ ବଢ଼ିବାରେ ଆଶଙ୍କା ଅଧିକ ହେବାର ଅନୁମାନ କରାଯାଉଛି l ଅନେକ ଦିନର ନୀରବତା ପରେ ମହାମାରୀ ମେଲେରିଆ ପୁଣି ମୁନିଗୁଡା ଫେରିଥିବା ଆଶଙ୍କା କରାଯାଉଛି l ସରକାରଙ୍କ ମେଲେରିଆ ମୂଳତ୍ପାଟନ ସ୍ଲୋଗାନ ମୁନିଗୁଡା ଜନସ୍ୱାସ୍ଥ ବିଭାଗର ବିଫଳ ରଣନୀତି ଫଳରେ ଆଜି ଏଠାରେ ଫେଲ ମାରୁଥିବା ନଜରକୁ ଆସୁଛି l ବର୍ତମାନ ବହୁ ରୋଗୀ ଜ୍ବରରେ ଆକ୍ରାନ୍ତ ହୋଇ ମୁନିଗୁଡାର ସରକାରୀ ଓ ବିଭିନ୍ନ ବେସରକାରୀ କ୍ଲିନିକରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି।ମୁନିଗୁଡ଼ାରେ ଦିନରେ ମଧ୍ୟ ମଶା ମାନଙ୍କ ଆତଙ୍କ ଦେଖିବାକୁ ମିଳୁଛି।ଚାରିଆଡେ ମଶାମାନଙ୍କ ଆତଯାତ, ଆବର୍ଜନାମୟ ପରିବେଶ ସହ ବର୍ଷାହେଲେ ରାସ୍ତାରେ ନାର୍ଦମା ଭରିଯାଉଛି। ଦୀର୍ଘ ଦୁଇ ବର୍ଷ ହେବ ମୁନିଗୁଡ଼ାରେ ଡ୍ରେନ ଗୁଡିକ ସଫା ହୋଇ ନଥିବା ବେଳେ ମଶା ମରା ବିଶୋଧକ ସ୍ପ୍ରେ ମଧ୍ୟ କରାଯାଇନି। ସ୍ୱାସ୍ଥ୍ୟ ବିଭାଗ ପରିବାର ପିଛା ଖଣ୍ଡେଖଣ୍ଡେ ମଶାରୀ ଦେଇ ମେଲେରିଆ ନିରାକରଣ ଅଭିଯାନ ସାରିଦେଇଥିବା ଅଭିଯୋଗ ହେଉଛି l ପ୍ରତିଦିନ ବହୁ ସଂଖ୍ୟାରେ ମେଲେରିଆ ରୋଗୀ ପ୍ରାଇଭେଟ ଲାବରଟରୀରୁ ରକ୍ତ ପରୀକ୍ଷା ପରେ ବିଭିନ କ୍ଲିନିକରେ ଚିକିତ୍ସା ହେଉଥିବା ଜଣାଯାଏ।ସରକାରୀ ଚିକିତ୍ସାଳୟରେ ବିଳମ୍ବିତ ରକ୍ତ ପରୀକ୍ଷା ଓ ଚିକିତ୍ସାକୁ ନେଇ ଅନେକ ରୋଗୀ ସେଠାକୁ ନଯାଇ ପ୍ରାଇଭେଟ ଚିକିତ୍ସାର ଆଶ୍ରୟ ନେଉଥିବା କିଛି ରୋଗୀ ପ୍ରକାଶ କରିଛନ୍ତି। କୂଅ ପାଣିକୁ ବିଶୋଧନ ପାଇଁ ଆବଶ୍ୟକ ବ୍ଲିଚିଙ୍ଗ ଚଳିତ ବର୍ଷ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବଣ୍ଟନ କରାଯାଇନାହିଁ।ଏତେସବୁ ଅବ୍ୟବସ୍ଥା ସତ୍ତ୍ୱେ ମେଲେରିଆ ଦୂରୀକରଣ କିପରି ସମ୍ଭବ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ମହାମାରୀ କରୋନାରୁ ଉଦ୍ଧାର ପାଇଁ ମଣିଷ ଯେତେ ଶତର୍କତା ଅବଲମ୍ବନ କଲେ କଣହେବ,ଏଠି ମେଲେରିଆ ଆତଙ୍କର ଆଉଏକ ବିଭୀଷିକା ସୃଷ୍ଟି କରି ଅନେକଙ୍କୁ ମଲା ମୁହଁକୁ ଠେଲି ଦେଉଛି। ଗତବର୍ଷ ମୁନିଗୁଡ଼ାରେ ମହାମାରୀ ଡେଙ୍ଗୁରେ ୧୮ଜଣଙ୍କ ଜୀବନ ଯାଇଥିଲା,ୟାମଧରେ ଅନେକ କରୋନାରେ ଆରପାରିକୁ ଚାଲିଗଲେଣି।ପ୍ରଶାସନିକ ସ୍ତରରେ ଶୀଘ୍ର ମେଲେରିଆକୁ ନ ରୋକିଲେ ଆଗାମୀ ଦିନରେ ଅଧିକ ଲୋକେ ଅଧିକ ଅସୁବିଧାରେ ସମ୍ମୁଖୀନ ହେବାର ସମ୍ଭାବନା ରହିଛି l ଏଣୁ ମୁନିଗୁଡା ସ୍ୱାସ୍ଥ୍ୟ ବିଭାଗ ଚେଇଁ ଶୋଇବା ପରିବର୍ତ୍ତେ ଆଖି ଦୃଶିଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି l

WhatsApp Image 2021 07 26 at 6.18.49 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: