ମୁନିଗୁଡା ଅଞ୍ଚଳରେ ଡ଼ଙ୍ଗରିଆଙ୍କୁ ଦିଆଗଲା କରୋନା ଟୀକା

ମୁନିଗୁଡା,24/5 (ନନ୍ଦ କିଶୋର ପଟ୍ଟନାୟକ):ନିୟମଗିରିରେ କୋରାନା ତାର କାୟା ବିସ୍ତାର କରିବା ପରେ କିଛି ଡଙ୍ଗରିଆଙ୍କୁ କରୋନା ପୋଜେଟୀଭି ଚି଼ହ୍ନଟ ହେବା ପରେ ଏବେ ଜିଲ୍ଲା ପ୍ରଶାସନର ଚେତା ପଶିଲା ପରେ ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ତଥା ଡଙ୍ଗରିଆ ଅଞ୍ଚଳର ସକଟା ଗ୍ରାମରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଞ୍ଜନ ପଣ୍ଡା ,ମହିଳା ସ୍ୱାସ୍ଥ୍ୟ କର୍ମୀ କୁନି ସାସମଲ,ଚନ୍ଦ୍ରିକା କୁସୁଳିଆ ,ଲତା ବାଗ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି କରୋନା ସମ୍ପର୍କରେ ସଚେତନତା କରିବା ସହ ଡଙ୍ଗରିଆ ଆଦିବାସୀଙ୍କୁ କରୋନା ଟୀକା କରଣ କରାଯାଇଥିବା ଜଣାପଡିଛି l ଏହି ଅବସରରେ ମୁନିଖୋଲ ପଞ୍ଚାୟତର ସକଟା ଗ୍ରାମରେ ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ 50 ଜଣଙ୍କୁ ଟୀକା ଦିଆ ଯାଇଛି l ସେଥି ମଧ୍ୟରେ 22 ଜଣ ଡଙ୍ଗରିଆ ଆଦିବାସୀ ମାନଙ୍କୁ ଦିଆଯାଇଥିବା ବେଳେ ବଳକା ଟୀକା ସାଧାରଣ ଲୋକଙ୍କୁ ଦିଆଯାଇଥିବା ଜଣାପଡିଛି l ଆଗାମୀ ଦିନରେ ଅନ୍ୟ ଡଙ୍ଗରିଆ ଅଞ୍ଚଳକୁ ଯାଇ ଡଙ୍ଗରିଆ ଆଦିବାସୀ ମାନଙ୍କୁ କରୋନାକୁ ସଚେତନତା କରିବା ସହ କରୋନା ଟୀକା କରଣ କରାଯିବ ବୋଲି ଜଣାପଡିଛି l

WhatsApp Image 2021 05 24 at 7.24.44 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: