ମୁନିଗୁଡା,୧୬/୩ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ସୁଭଦ୍ରା-ଉଦ୍ଧବ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ଭାରତୀୟ ଜନତା ପାର୍ଟିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଶିବ ପ୍ରସାଦ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ବେହେରାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ,ଜାତୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ କଳିରାମ ମାଝୀ,ପୂର୍ବତନ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରାଥୀ ଶିବ ଶଙ୍କର ଉଲ୍ଲାକା,ରାୟଗଡା ବିଧାୟକ ପାର୍ଥୀ ବସନ୍ତ ଉଲ୍ଲାକା ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରଥମେ ବନ୍ଦେ ମାତରମ ସଙ୍ଗୀତ ଗାନ ପରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ମାଝୀସାମନ୍ତ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ l ଏହି ଅବସରରେ ଅତିଥି ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉର୍ଣ୍ଣୟନ ମୂଳକ ଯୋଜନା ସମ୍ପର୍କରେ ଉଦବୋଧନ ଦେବା ସହ ରାଜ୍ୟ ସରକାରଙ୍କ ଅପାରଗତାକୁ ବର୍ଦାସ କରାଯିବନି ଏବଂ ଏହାର ମୁଖା ଖୋଲିବାକୁ ଆହ୍ୱାନ ଦେଇଥିଲେ l ଏଥିସହ ତୃଣମୂଳ ସ୍ତରରୁ ମଣ୍ଡଳ ସଭାପତି,ପ୍ରଭାରୀ ଓ କର୍ମୀ ମାନଙ୍କୁ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରାମଚନ୍ଦ୍ର ବେହେରା ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରି ପାନୀୟ ଜଳ ଯୋଗାଣ,ଖାଉଟି କାର୍ଡ ଯୋଗାଣ,କର୍ମ ନିଯୁକ୍ତିଯୋଗାଣ, ଜଳ ସେଚନ,ମହିଳା ଶସକ୍ତିକରଣ, ଆବାସ ଯୋଜନା ଯୋଗାଣ ଆଦି ସହ ଅନ୍ୟ ଯୋଜନା ଗୁଡିକୁ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ବିଫଳ ଥିବା କହିବା ସହ ମୁନିଗୁଡାକୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା, ଆମ୍ବଦଳାକୁ ବ୍ଲକ ଘୋଷଣା ଦାବି କରିବା ସହ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିହାତି ଆବଶ୍ୟକ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ୱାଇ.ଗଣପତି ରାଓ,ରାମକୃଷ୍ଣ ପଣ୍ଡା, ଉଦୟନାଥ ପାଢ଼ୀ,ପ୍ରେମ ପ୍ରସାଦ ପଣ୍ଡା,ଦୁର୍ଯ୍ୟଧନ ପାଳ, ଏସ.ଭେଣକେଟେଶ୍ୱର ସେନାପତି, ମହିଳା ମୋର୍ଚ୍ଚାର ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ,ସୁଜାତା ନଗରତ୍ନ,ଅର୍ଚନା ବର୍ମା,ଗୌରୀ ମଣ୍ଡାଙ୍ଗିଙ୍କ ସମେତ ସମସ୍ତ ମଣ୍ଡଳ ପ୍ରଭାରି,ମଣ୍ଡଳ ସଭାପତିଙ୍କ ସମେତ ବିଭିନ୍ନ ମୋର୍ଚ୍ଚାର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |