ମୁନିଗୁଡା,୨୮/୧(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟସ୍ଥ ମୁନିଖୋଲ ରେଳ ଫାଟକ ନିକଟରେ ଆଜି ଏକ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି l ଉକ୍ତ ଟ୍ରେନଟି ଆନ୍ଦ୍ରପ୍ରଦେଶର ବିଶାଖାପାଟଣା ଠାରୁ ଛତିଶଗଡର ଅମଲେଇ ଯାଉଥିବା ବେଳେ ଡାଉନ ଲାଇନରେ ଚାରୋଟି ବୋଗିର 13ଟି ଚକ ଲାଇନଚ୍ୟୁତ ହୋଇଛି l ବର୍ତମାନ ଡାଉନ ଲାଇନ ପୁରା ବନ୍ଦ ଥିବା ଯୋଗୁଁ ମୁନିଗୁଡା ଟିଟିଲାଗଡ଼ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଥିବା ଜଣାପଡିଛି l ଅନ୍ୟପଟେ ଅପ ଲାଇନରେ ଟ୍ରେନ ଚଳାଚଳା ହେଉଥିବା ଦେଖାଯାଉଛି lତେବେ ଟ୍ରେନର 5 ନମ୍ବର ବୋଗିର 4ଟି ଚକ, 9 ନମ୍ବର ବୋଗିର 3ଟି ଚକ,10ନମ୍ବର ବୋଗିର 4ଟି ଚକ ଓ 14 ବୋଗିର 2ଟି ଚକ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି l ଅନ୍ୟପଟେ ଏହି ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ମୁନିଖୋଲ ଗ୍ରାମ ନିକଟରେ ଥିବା ରେଳ ଫାଟକ ଉପରେ ଟ୍ରେନ ଅଟକି ରହିଥିବାରୁ ଫାଟକ ବନ୍ଦ ଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା l ତେବେ ଘଟଣା ସ୍ଥଳରେ ମୁନିଗୁଡା ଷ୍ଟେସନ ମେନେଜର ପୁରୁଷତ୍ତମ ପାଟଯୋଶୀ, ପିଡବ୍ଲ୍ୟୁ ଇନଚାର୍ଜ ସଞ୍ଜୟ କୁମାର, ସେକ୍ସନ ଇଞ୍ଜିନିଅର ପ୍ରଭାସ କୁମାର ପାଣିଗ୍ରାହୀ, ଆରପିଏଫ ଅଫିସର ମନୋଜ ମାରୁତି ଜଗତାପ, ମୁନିଗୁଡା ରାଜସ୍ବ ନିରୀକ୍ଷକ ନୀଳାଞ୍ଚଳ ଗୌଡ଼ ପ୍ରମୁଖଙ୍କ ସମେତ ଅନ୍ୟ ରେଳ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ କଣ୍ଟାବାଞ୍ଜି ଓ ବଲାଙ୍ଗୀରରୁ ଦୁଇଟି କ୍ରେନ ପହଞ୍ଚିବା ପରେ ଶୀଘ୍ର ଟ୍ରେନଟିକୁ ଲାଇନରୁ ହଟାଇ ଟ୍ରେନ ସେବା ସ୍ୱାଭାବିକ କରାଯିବ ବୋଲି ଜଣାପଡିଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |