ମୁନିଗୁଡା,17/3 (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା | ମୁନିଗୁଡା ଥାନା ଅନ୍ତର୍ଗତ ଢେଲାପଡ଼ା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ 155 ଲିଟର 750 ମିଲିଲିଟର ଵେଦେଶୀ ମଦ ଯବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି | ଗିରଫ ବ୍ୟକ୍ତି ଜଣକ ହେଲେ ଢେଲାପଡା ଗ୍ରାମର ନବୀନ ସାହୁକାର ବୋଲି ଜଣାପଡିଛି l ବିଶେଷ ସୁତରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେର୍ଦେଶ କ୍ରମେ ଆଇଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଥାନା ଏସଆଇ ନରସିଂହ ବେହେରା, କନେଷ୍ଟେବଳ ରବିନ୍ଦ୍ର ବିଡ଼ିକା,ଘନ ଶବର,ଆଂକେଟି ରାଓ ଶବର, ନିରନଞ୍ଜ ଦାସ,ପେଦିଣ୍ଟି ନାଇଡୁ, ହୋମଗାର୍ଡ କମାଣ୍ଡର ସନ୍ତୋଷ ପାଢ଼ୀ,ପ୍ରଶାନ୍ତ ମହାନ୍ତି ପ୍ରମୁଖ ଏକ ଟିମ ଗଠନ ନବୀନଙ୍କ ଘରେ ଚଢାଉ କରିଥିଲେ ଚଢାଉ ବେଳେ ଘରୁ 19ଟି କାଟୁନରୁ 155 ଲିଟର 750 ମିଲିଲିଟର ବିଦେଶୀ ଯବତ କରିଥିଲେ l ଯବତ ବିଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ସେହିପରି ମୁନିଗୁଡା ଥାନା ଅନ୍ତର୍ଗତ ଟିଣାପଦର ଗାଁରେ ଚଢ଼ାଉ କରି ୩୦ ଲିଟର ଦେଶୀ ମଦ ଜବତ କରା ଯାଇଥିବା ବେଳେ ଭରତ ସାହୁ ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି l ତେବେ ବିଦେଶୀ ଓ ଦେଶୀ ମଦ ଜବତ ଘଟଣାକୁ ନେଇ ମୁନିଗୁଡା ଥାନାକେଶ ନମ୍ବର 36 ଓ 37 ଦୁଇଟି ମାମଲା ରୁଜୁ କରି ଦୁଇ ଜଣକୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଥିବା ଆଇଆଇସି ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |