ମୁନିଗୁଡା ପୋଲିସ ଦ୍ୱାରା ୬ କୁଇଣ୍ଟାଲ ୫୩ କେଜି ଗଞ୍ଜେଇ ଯବତ,୪ ଗିରଫ

ମୁନିଗୁଡା,୮/୬(ନନ୍ଦ କିଶୋର ପଟ୍ଟନାୟକ):ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା l ବିଶେଷ ସୂତ୍ରରୁ ଖବର ପାଇ ଆଜି ଅପରାହ୍ନରେ ରାୟଗଡା ଏସପିଙ୍କ ନିର୍ଦେଶ କ୍ରମେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଏସଆଇ ନରସିଂହ ବେହେରା, ଚନ୍ଦ୍ରମା ଶବର,ପ୍ରତାପ ବେହେରା, ପ୍ରଫୁଲ ଜାଗାରାଙ୍ଗା ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଚନ୍ଦ୍ରପୁର ବ୍ଲକ ତଥା ମୁନିଗୁଡା ଥାନା ଅନ୍ତର୍ଗତ କୁଟୁଡୁକୁପା ଗ୍ରାମ ନିକଟ ଜଙ୍ଗଲରେ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ପୋଲିସର ଟିମ ହଠାତ ଚଢାଉ କରି 4 ଜଣକୁ ଗିରଫ କରିଥିବା ସହ 44 ଟି ବସ୍ତାରେ ଥିବା ବିପୁଳ ପରିମାଣରେ ଗଞ୍ଜେଇ ଯବତ କରିବାରେ ସଫଳ ହୋଇଥିଲେ l ଗିରଫ ଗଞ୍ଜେଇ ମାଫିଆ ମାନେ ହେଲେ ଭୀମ ଜାଗାରାଙ୍ଗା,ପ୍ରସାଦ ଜାଗାରାଙ୍ଗା, ତ୍ରିନାଥ ଜାଗାରାଙ୍ଗା ଓ କବିରାଜ ଜାଗାରାଙ୍ଗା ବୋଲି ଜଣାପଡ଼ିଛି l ଯବତ ହୋଇଥିବା ଗଞ୍ଜେଇ ଗୁଡିକୁ ଥାନା ଆଣିବା ପରେ ଓଜନ ବେଳେ ଗଞ୍ଜେଇର ଓଜନ 6 କୁଇଣ୍ଟାଲ 53 କେଜି ହୋଇଥିଲା l ଏହାର ଆନୁମାନିକ ମୂଲ୍ୟ 60 ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ମୁନିଗୁଡା ଥାନା କେଶ ନମ୍ବର 71/2021 ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହ ଗିରଫ ହୋଇଥିବା ଗଞ୍ଜେଇ ମାଫିଆ ମାନଙ୍କୁ ଆସନ୍ତା କାଲି ସ୍ୱାସ୍ଥ୍ୟ ପରିକ୍ଷା ସହ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ l ଏଥିସହ ଏଥିରେ ସଂପୃକ୍ତ ଥିବା ଅନ୍ୟ ଗଞ୍ଜେଇ ମାଫିଆ ମାନଙ୍କୁ ମଧ୍ୟ ବହୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ l ସୂଚନା ଯେ ମଧ୍ୟ ଚଳିତ ବର୍ଷ ଏସଡ଼ିପିଓଙ୍କ ବିଭିନ୍ନ ଥାନା ଅଞ୍ଚଳରୁ ବର୍ତମାନ ସୁଦ୍ଧା ପାଞ୍ଚ ହଜାର କୁଇଣ୍ଟାଲ ଗଞ୍ଜେଇ ଯବତ ହୋଇଥିବା ଜଣାପଡିଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: