ମୁନିଗୁଡା ବ୍ଲକ କଂଗ୍ରେସ ତରଫରୁ ପେଟ୍ରୋଲ ଓ ଡିଜେଲ ଦର ବୁଦ୍ଧିକୁ ନେଇ ଧାରଣା ଓ ପ୍ରତିବାଦ

ମୁନିଗୁଡା,୧୧/୬ (ନନ୍ଦ କିଶୋର ପଟ୍ଟନାୟକ ):ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଓ ଡିଜେଲ ତୌଳ ଦର ବୃଦ୍ଧିକୁ ପ୍ରତିବାଦ କରି ଆଜି ରାୟଗଡା ଜିଲ୍ଲାର ମୁନିଗୁଡାର ମୁନିଗୁଡା ବ୍ଲକ କଂଗ୍ରେସର ସଭାପତି ନୀଳାମ୍ବର ବିଭାର ଓ ବ୍ଲକ ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେରାଙ୍କ ମିଳିତ ନେତୃତ୍ୱରେ ମୁନିଗୁଡାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରାଯାଇଛି l କୋରାନ ମହାମାରୀର ଦ୍ଵିତୀୟ ଲହରୀରେ ଏବେ ଖାଇବା ତେଲ ସହ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି l କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ଭାଟ (VAT) ବୃଦ୍ଧି ପାଇଁ ସାଧାରଣ ଲୋକଙ୍କୁ ଏହି ଅସୁବିଧା ଭୋଗ କରିବାକୁ ପଡୁଛି ତେଣୁ ଏହାର ସମାଧାନ ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ବୋଲି ବ୍ଲକ ସଭାପତି ଶ୍ରୀ ବିଭାର ପ୍ରକାଶ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ବ୍ଲକ କଂଗ୍ରେସର କେଶବ ସାହୁକାର,ଭି.ଚନ୍ଦ୍ରଶେଖର ରାଓ,ପ୍ରସାଦ ମହାଙ୍କୁଡ,ସୁଲଭ କୁମାର ନାଗ, ଆନନ୍ଦ ବେହେରା, ଶିବ ପ୍ରସାଦ ବାଘଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଏହି ଧାରଣା ଓ ବିକ୍ଷୋଭରେ ଯୋଗ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: