ମୁନିଗୁଡା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ମୁନିଗୁଡା,୩୧/୫ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ଥିବା ଅରୁଣ କୁମାର ଖାଡ଼ଙ୍ଗାଙ୍କ ଚାକିରୀ ଜୀବନ ଶେଷ ହୋଇଯାଇଥିବା ବେଳେ ଆଜି ତାଙ୍କୁ ବ୍ଲକ ସଭା ଗୃହ ପରିସରରେ ସମସ୍ତ କର୍ମଚାରୀ ମାନଙ୍କ ଦ୍ୱାରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ଅବସରରେ ମୁନିଗୁଡା ବ୍ଲକରେ ଗତ ଚାରି ବର୍ଷ ବିତେଇଥିବା କାର୍ଯ୍ୟ ସମୟରେ ଅତିବାହିତ କରିଥିବା ସ୍ମୁର୍ତି ଗୁଡିକୁ ମନେପକାଇ ଭାବ ବିହୁଳ ହୋଇଥିଲେ l ପରେ ଶ୍ରୀ ଖାଡ଼ଙ୍ଗାଙ୍କ ସହ କାର୍ଯ୍ୟ କରିଥିବା ଅନ୍ୟ କର୍ମଚାରୀ ମାନେ ମଧ୍ୟ ତାଙ୍କର ନିଷ୍ଠାପର ଓ କାର୍ଯ୍ୟପ୍ରତି ଥିବା ସମର୍ପଣ ପ୍ରତି ଉଦବୋଧନ ଦେବାସହ ତାଙ୍କ ଠାରେ ଥିବା ବହୁତ ଅଭିଜ୍ଞ ଗୁଣ ସହ କିଛି ଶିଖି ଥିବା ପ୍ରକାଶ କରିଥିଲେ l ସେ ବ୍ଲକ କାର୍ଯ୍ୟାଳୟରେ ଜଣେ ଅଭିଜ୍ଞ କର୍ମଚାରୀ ସହ ଅତି ମେଳାପୀ ଓ ପରୋ ଉପକାରୀ ବ୍ୟକ୍ତି ଥିଲେ l ଏହି ବିଦାୟ କାଳୀନ ଦିନରେ ତାଙ୍କୁ କର୍ମଚାରୀ ମାନେ ବିଭିନ୍ନ ଉପହାର ପ୍ରଦାନ କରିଥିଲେ l ଶେଷରେ ତାଙ୍କର ଆଗାମୀ ଜୀବନରେ ଶାନ୍ତି,ସୁଖ,ଖୁସି ଓ ସମୃଦ୍ଧି ରେ ଭରପୁର ହେଉ ଏବଂ ଉତ୍ତର ଉତ୍ତର କାମନା କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: