ମୁନିଗୁଡା ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ଆସର

ମୁନିଗୁଡା୮/୧୧(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହାକୁମାସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୁନିଗୁଡା ସାହିତ୍ୟ ସଂସଦ ଆନୁକୂଲ୍ୟରେ ” ଅବକ୍ଷୟମୁଖୀ ସମାଜକୁ ସଜାଡ଼ିବାରେ ସାହିତ୍ୟର ଭୂମିକା”ଶୀର୍ଷକ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ଉତ୍ତମ ଦାସଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ମୁନିଗୁଡା ନିୟୁଜର ପ୍ରତିଷ୍ଠାତା ସିଏଚ ଗଣେଶ୍ବର ରାଓ ମୁଖ୍ୟ ଅତିଥି ,ପି.ସୁଧାକର ପାତ୍ର ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୌରାଙ୍ଗ ଚରଣ ରାଉତ ଯୋଗ ଦେଇଥିଲେ।ସମାଜରେ ସାହିତ୍ୟିକ ମାନଙ୍କର ସାମାଜିକ ଦାୟିତ୍ୱବୋଧତା ଅନ୍ୟ ମାନଙ୍କ ଠାରୁ ଢେର ଅଧିକା।କେଉଁ ଆବାହାନ କାଳରୁ ସାହିତ୍ୟ ମାଧ୍ୟମରେ ଅରାଜକ ତତ୍ତ୍ୱକୁ ଶତର୍କ ଓ ଦିଶା ଦେଖାଇବାର ଗୁରୁ ଦାୟିତ୍ୱ ସାହିତ୍ୟିକମାନେହିଁ ନିଭାଇଥିବା ଜଣାଯାଏ ବୋଲି ମୁଖ୍ୟବକ୍ତା ଶ୍ରୀଯୁକ୍ତ ପାତ୍ର କହିଥିଲେ।ସେହିପରି ସମାଜରେ ସଂସ୍କାର,ସଂସ୍କୃତିର ନବ ଜାଗରଣ ଓ ନୂତନ ପ୍ରତିଭାର ଉନ୍ମେଷ ମୁନିଗୁଡା ସାହିତ୍ୟ ସଂସଦର ଲକ୍ଷ ବୋଲି ଶ୍ରୀଯୁକ୍ତ ରାଉତ ବକ୍ତବ୍ୟରେ କହିଥିଲେ।ଅନ୍ୟ ଆଲୋଚକ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ସ୍ତମ୍ବକାର ବିଚିତ୍ର ବିଶ୍ୱାଳ, ସମାଜସେବୀ ଡ଼. ଚନ୍ଦନ କୁମାର ସିଂ,ନିଜନିଜର ବଳିଷ୍ଠ ମତ ରଖିଥିଲେ। କାର୍ଯ୍ୟକ୍ରମର ଦୂତୀୟର୍ଦ୍ଧରେ କବି ଅନନ୍ତ କୁମାର ସାମନ୍ତ,ବିଚିତ୍ର ବିଶ୍ୱାଳ ଓ ସମୀକ୍ଷକ କାଳନ୍ଦୀ ଚରଣ ନାୟକ ସଂଯୋଜିତ କବିତା ପାଠୋତ୍ସବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ସାହୁ,ମନୋରଞ୍ଜନ ଦଳାଇ,ନବିନେନ୍ଦ୍ର ନନ୍ଦ,ରମାକାନ୍ତ ଜେନା,ନିବାରଣ ମଲ୍ଲିକ,ଶିଶୁ କବି ବିସ୍ମୟ ବୈଚାରିକ ସୁବାଷ ଚନ୍ଦ୍ର କୁରା,ରାଧାମୋହନ ପାଣିଗ୍ରାହୀ, ଗୌରାଙ୍କ ଚରଣ ରାଉତ,ହିମାଂଶୁ ଭୂଷଣ ମହାନ୍ତି,ପ୍ରଦୀପ୍ତ କୁମାର ସାମଲ,ଚିତ୍ତରଞ୍ଜନ ମିଶ୍ର,ବିଶ୍ୱଲାଲ ଭୁଜବଲ ଓ ଉତ୍ତମ ଦାସ ପ୍ରମୁଖ ୩୦ ଜଣ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ।ମୁନିଗୁଡ଼ାର ସୁନାମଧନ୍ୟ ସଙ୍ଗୀତଜ୍ଞ ଶ୍ରୀ ରମେଶଚନ୍ଦ୍ର ସାହୁ,ପ୍ରହ୍ଲାଦ ସାହୁ ଓ ପଦ୍ମପୁର ବ୍ଲକର ଯୁବ କବି ରାଧାମୋହନ ପାଣିଗ୍ରାହୀଙ୍କୁ ସେମାନଙ୍କ ଉଜ୍ବଳ ପ୍ରତିଭାର ଶୁଭକାମନା ସହ ଅଙ୍ଗବସ୍ତ୍ର ଓ ରାଷ୍ଟ୍ରଦୀପ ଶାରଦୀୟ ବିଶେଷାଙ୍କ ପ୍ରଦାନ କରି ସମ୍ବୋର୍ଧିତ କରା ଯାଇଥିଲା।ସମ୍ପାଦକ ଉତ୍ତମ ଦାସ ଆଗାମୀ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମୁନିଗୁଡାରେ ଆୟୋଜନ ଓ ମୁନିଗୁଡା ସାହିତ୍ୟ ସାଂସଦ ତ୍ରୈମାସିକ ପତ୍ରିକା “ଡଙ୍ଗରର ପ୍ରତିଧ୍ୱନି” ପ୍ରକାଶ ପାଇଁ ତାରିଖ ନିର୍ଘଣ୍ଟ କରିଥିଲେ।ଶେଷରେ କବି ସୁବାଷ ଚନ୍ଦ୍ର କୁରା ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

WhatsApp Image 2020 11 08 at 4.35.16 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: