ମୁନିଗୁଡା ହାଇସ୍କୁଲର 1992 ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ

 

ମୁନିଗୁଡା,1/2/21 (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ହାଇସ୍କୁଲର 1992 ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନl ରାୟଗଡା ଜିଲ୍ଲା ମୁନିଗୁଡା ନିକଟସ୍ଥ ରାମନାକୁପୁଲି ଆମ୍ବ ତୋଟା ନିକଟରେ ମୁନିଗୁଡା ହାଇସ୍କୁଲର 1992 ମସିହାର ମ୍ୟାଟ୍ରିକ ବ୍ୟାଚର ଏକ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ୟାଚ ଛାତ୍ର ପୂର୍ଣଚନ୍ଦ୍ର ଗୌଡ଼ ଓ ପି.ରଞ୍ଜନ କୁମାର ପାତ୍ରଙ୍କ ମିଳିତ ନେତୃତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବ୍ୟାଚର ପ୍ରାୟତଃ ଛାତ୍ରଛାତ୍ରୀ ମାନେ ସ୍ୱପରିବାର ସହ ଯୋଗଦେଇ ଥିଲେ l ଛାତ୍ରଛାତ୍ରୀ ମାନେ 1992 ମସିହାର ଛାତ୍ର ଜୀବନରେ ଘଟିଥିବା ସମସ୍ତ ଅନୁଭୂତି ଓ ସ୍ମୁର୍ତି ଗୁଡିକୁ ମନେ ପକାଇ ଭାବ ବିହୁଳ ହୋଇଥିଲେ ଏଥିସହ ବର୍ତମାନର ଜୀବନ ଓ ଆଗାମୀ ଭବିଷ୍ୟତରେ ରଖିଥିବା ଲକ୍ଷ୍ୟ ଗୁଡିକୁ ପ୍ରକାଶ କରିଥିଲେ l ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ସାମାଜିକ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବା ସହ ଯେକୌଣସି ମୁହୁର୍ତରେ ମଧ୍ୟ କାହାକୁ କୌଣସି ସାହାଯ୍ୟ, ସହଯୋଗ ଓ ସହାୟତା ପଡେ ତେବେ ପରସ୍ପରକୁ ସହାୟତା କରିବାକୁ ଶପଥ କରିଥିଲେ ଏବଂ ପ୍ରତେକ ବର୍ଷ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ ବୋଲି ବ୍ୟାଚର ସିମାଞ୍ଚଳ ଦାସ, ସନ୍ତୋଷ ପାତ୍ର, ବି. ବୈକୁଣ୍ଠ ରାଓ, ପି. ସନ୍ତୋଷ କୁମାର, ପ୍ରଦୀପ ରତ୍ନାଲୁ, ସୁନିଲ ସାହୁ, କେ. ମୁରଲୀ କୁମାର,ମଞ୍ଜୁଳା ପଣ୍ଡା,ସୁମିତ୍ରା ନାୟକ ପ୍ରମୁଖଙ୍କ ସମେତ ଅନ୍ୟ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: