ମୂଲ୍ୟବୃଦ୍ଧି ଓ ବେକାରୀ ବିରୋଧରେ ସରକାର ବୁଲଡୋଜର ଚଳାଇଲେ ଦେଶ ଆଶ୍ୱସ୍ତ ହୁଅନ୍ତା

ନୂଆଦିଲ୍ଲୀ ୧୨।୪: ଉଚ୍ଚ ମୁଦ୍ରାସ୍ପିତି ହାର ଏବେ ଦେଶରେ ମୂଲ୍ୟବୃଦ୍ଧିର କାରଣ ହୋଇଛି। ଅତ୍ୟାବଶକୀୟ ସାମଗ୍ରୀ ଏବେ ଲୋକଙ୍କ ହାତ ପାଆନ୍ତାରେ ନାହିଁ। ଅତ୍ୟଧିକ ମୂଲ୍ୟବୃଦ୍ଧି ଏବେ ଲୋକଙ୍କୁ ସେମାନଙ୍କର ଆବଶ୍ୟକତା କାଟ୍ କରିବାକୁ ବାଧ୍ୟ କରୁଛି। ଏଥିରେ ପୂର୍ବତନ ଏଆଇସିସି ସଭପତି ତଥା କଂଗ୍ରେସର ସାଂସଦ ରାହୁଲ ଗାନ୍ଧି ମଙ୍ଗଳବାର କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ ମୂଲ୍ୟବୃଦ୍ଧି ଓ ବେକାରୀ ଉପରେ କେବେ ସରକାର ବୁଲଡୋଜର ଚାଲିବ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ବିଜେପି ଶାସିତ ରାଜ୍ୟମାନଙ୍କରେ ଏବେ ବୁଲଡୋଜର ବେଶ୍ ଚର୍ଚ୍ଚାରେ ରହିଛି। କେଉଁଠି ମାଫିଆ ଓ ଅସାମାଜିକଙ୍କ ଉପରେ ବାବାଙ୍କ ବୁଲଡୋଜର ଚାଲୁଛି ତ କେଉଁଠି ମାମାଙ୍କ ଓ କେଉଁଠି ନୀତିଶଙ୍କ ବୁଲଡୋଜର ଏବେ ଚର୍ଚ୍ଚାରେ।  ଏଥିରେ ମୂଲ୍ୟବୃଦ୍ଧି ଓ ବେକାରୀ ଭଳି ସମସ୍ୟାରେ ବୁଲଡୋଜର ଚାଲିବା ଦରକାର ବୋଲି ରାହୁଲ କହିଛନ୍ତି। ତେବେ ବିଜେପିର ବୁଲଡୋଜର ଘୃଣା ଓ ଆତଙ୍କ ସବାର ଥିବା ସେ କହିଛନ୍ତି। ମଧ୍ୟପ୍ରଦେଶ ଖରଗୋନରେ ରାମନବମୀ ଅବସରରେ ହୋଇଥିବା ହିଂସା ଲାଗି ଅଭିଯୁକ୍ତଙ୍କ ଘର ଉପରେ ଏବେ ମାମାଙ୍କ ବୁଲଡୋଜର ବୁଲୁଛି। ଏହାକୁ ନେଇ ରାହୁଲ ଏକ ଟ୍ୱିଟ୍‌ କରିଥିବା ବେଳେ ଏପରି ବୁଲଡୋଜର ଯଦି ମୂଲ୍ୟବୃଦ୍ଧି ଓ ବେକାରୀ ବିରୋଧରେ ସରକାର ଚଳାଇପାରନ୍ତେ ଅନୁନ୍ୟ ଦେଶ ଆଶ୍ୱସ୍ତ ହୋଇପାରନ୍ତା ବୋଲି ଉଲ୍ଲେଖ କରିଥିଲେ। ତେବେ ବିଜେପିର ବୁଲଡୋଜରରେ ତ ଆତଙ୍କ ଓ ଘୃଣା ସବାର ଥିବା ସେ ଉଲ୍ଲେଖ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: