ଗଞ୍ଜାମ-୮/୩(ମନୋଜ କୁମାର ପାତ୍ର): କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆର୍ ବି ଏସ କେ ରେ କାର୍ଯ୍ୟରତ ଆୟୁଷ ଡାକ୍ତର ଏ.ଲକ୍ଷ୍ମୀଙ୍କ ଖାଦ୍ୟନଳୀରେ ରନ୍ଧ୍ର ହୋଇ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ୍ ରେ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିବା ସମୟରେ ଗତ ଫେବୃଆରୀ ମାସ ୨୧ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।ସେ ଜଣେ ସମାଜସେବୀ ,ମିଷ୍ଟଭାଷୀ ଓ ପରୋପକାରୀ ଡାକ୍ତର ଥିଲେ।ତାଙ୍କର ମୃତ୍ୟୁରେ ଗଭୀର ଭାବରେ ଦୁଃଖ ପ୍ରକାଶ କରି ଗଞ୍ଜାମ ଜିଲ୍ଲା ଆର୍ ବି ଏସ କେ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଦେହାନ୍ତ ଡାକ୍ତରଙ୍କ ପରିବାରକୁ ୪୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଏହି ୪୦ ହଜାର ଟଙ୍କାର ଚେକ୍ ମୃତ୍ୟୁ ବରଣ କରିଥିବା ଡାକ୍ତରଙ୍କ ପିତା ଏ.ଭାସ୍କର ରାଓଙ୍କୁ ପ୍ରଦାନ କରିଥିଲେ।ଏହି ଅବସରରେ ଆର ବି ଏସ କେ ଆୟୁଷ ଡାକ୍ତର ସଂଘର ସଭାପତି ଡ଼ା ମନୋରଞ୍ଜନ ରଥ , ସମ୍ପାଦକ ଡ଼ା ଜୟଦେବ ନାୟକ ,କୋଷାଧ୍ୟକ୍ଷ ଡ଼ା କିରଣ କୁମାର ପଣ୍ଡିତ ,ଡ଼ା ମହମ୍ମଦ ଅନୱର୍ ଅଲି,ଡ଼ା ଲିଙ୍ଗରାଜ ଶତପଥୀ ଉପସ୍ଥିତ ଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକୀୟ ସାହାଯ୍ୟ ଓ ସହାୟତା ପ୍ରଦାନ କରାଗଲେ ମୃତ କ ପରିବାର ଚିରଉପକୃତ ହେବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |