ମେୟର ଭାବେ ଶପଥ ନେଲେ ସୁଲୋଚନା

ଭୁବନେଶ୍ଵର,୯।୪:ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ  ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍‌ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତେବେ ଏହି ଅବସରରେ ସେ କହିଛନ୍ତି ଯେ,  “ସାଢେ ୧୧ ଲକ୍ଷ ଲୋକ ଆମ ପରିବାର” । ଶେଷ ଲୋକ ପର୍ଯ୍ୟନ୍ତ କିଭଳି ଆମ ଯୋଜନା ପହଞ୍ଚିବ ସେଥିପାଇଁ କାମ କରିବୁ ।  ସ୍ମାର୍ଟ ସିଟିରେ ନଂ-୧ ଯେଭଳି ବଜାୟ ରହିବ । ସେଥିପାଇଁ ସବୁ କର୍ପୋରେଟର ଏକାଠି ହୋଇ କାମ କରିବୁ । ଲୋକଙ୍କ ପାଇଁ ସର୍ବଦା କାମ କରିବୁ ବୋଲି ସୁଲୋଚନା କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: