ଭୁବନେଶ୍ୱର, ୧୬।୦୪ : ନୂଆ ଶିକ୍ଷା ବର୍ଷ ମେ’ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି।ଏଣିକି ୧୦୦% ସିଲାବସରେ ହେବ ପାଠପଢା। ନୂଆ ଶିକ୍ଷାବର୍ଷରୁ ଶତ ପ୍ରତିଶତ କୋର୍ସରେ ପାଠପଢା ହେବ। କରୋନା ମହାମାରୀ ସମୟରେ ପରିସ୍ଥିତିକୁ ଦୃଷ୍ଟିର ରଖି ପାଠ୍ୟକ୍ରମରୁ ୩୦ ପ୍ରତିଶତ ସିଲାବସ୍ କମ୍ କରି ଦିଆଯାଇଥିଲା। ଏଥି ସହିତ ନବମ ଦଶମ ପାଇଁ ଚଳିତ ବର୍ଷରୁ ପ୍ରାଟିକାଲ ପରୀକ୍ଷା କରିବାକୁ ନିଷ୍ପତି ହୋଇଥିବା ସେ ଜଣାଇଛନ୍ତି । ପରିସ୍ଥିତି ସୁଧୁରିଥିବାରୁ ପୁର୍ବଭଳି ପରୀକ୍ଷା କରିବାକୁ ସିବିଏସଇ ନିଷ୍ପତି ନେଇଛି। ତେଣୁ ଆମେ ମଧ୍ୟ ଏହିଭଳି ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ ଜଣାଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |