ମେ ମାସ ଘାତକ ଥିଲା, ଏବେ ଟ୍ରେଣ୍ଡ କମୁଛି

ଭୁବନେଶ୍ଵର,୩୧/୫:ମେ ମାସ ଘାତକ ଥିଲା, ଏବେ ଟ୍ରେଣ୍ଡ କମୁଛି । ଆଶା କରାଯାଉଛି ଜୁନ ମାସ ସେପରି ହେବନି ଲକ୍‌ଡାଉନର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ । ବର୍ତ୍ତମାନ ତାର ପ୍ରଭାବ ଦେଖିବା ଆରମ୍ଭ ହେଇଛି । ସୁନ୍ଦରଗଡ଼ରେ ସଂକ୍ରମଣ ଅଧିକ ଥିଲା ଏବେ କମୁଛି ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତିଯେ ରାଜ୍ୟରେ ଖସୁଛି କରୋନା ମିଟର। ଦୈନିକ ସଂକ୍ରମଣ ହ୍ରାଇ ପାଇବାରେ ଲାଗିଛି। ଏହି କ୍ରମରେ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ଲକଡାଉନ ଅବଧିକୁ ଜୁନ୍ ୧୭ ଯାଏଁ ପୁଣି ଥରେ ବୃଦ୍ଧି କରିଛନ୍ତି। ଜୁନ୍‌ ଏକ ତାରିଖରେ ଏହି ଲକ୍‌ ଡାଉନ୍‌ର ଅବଧି ଶେଷ ହେଉଥିଲା । ସଂକ୍ରମଣ ରାଜ୍ୟରେ ସାମାନ୍ୟ ହ୍ରାସ ପାଉଥିବାରୁ ଆଗକୁ ରଜ ଏବଂ ସାବିତ୍ରୀ ପରି ପର୍ବ ଥିବାରୁ ଏହି ଲକ୍‌ଡାଉନ୍‌ ସୀମାକୁ ବୃଦ୍ଧି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: